Uncategorized
ରୁଙ୍ଗଟା ଇସ୍ପାତ କାରଖାନା ର ଜନ ଅଭିଯୋଗ ଶୁଣାଣୀ
ଆଜି ରୁଙ୍ଗଟା ଇସ୍ପାତ କାରଖାନା ର ଜନ ଅଭିଯୋଗ ଶୁଣାଣୀ ପାଇକ ପୁରୁଣା କୋର୍ଟ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ହିନ୍ଦୋଳ ତହସିଲଦାର ଶ୍ରୀଯୁକ୍ତ ଦିଲୀପ କୁମାର ସେଠୀ ଙ୍କ ଦ୍ୱାରା ହୋଇଥିଲା। ଉକ୍ତ ଶୁଣାଣି ରେ ବେରୁଆଁ ପାଳ ଗ୍ରାମ ର ବରିଷ୍ଠ ଜମିହରା ପ୍ରଜା ତଥା ହିନ୍ଦୋଳ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ବରେ ବେରୁଆଁ ପାଳ ଗ୍ରାମ ର ଜମିହରା ପରିବାରଙ୍କ ଉଚିତ୍ କ୍ଷତିପୂରଣ, ନିଯୁକ୍ତି, ଗ୍ରାମ୍ୟ କମିଟି ମାଧ୍ୟମରେ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ କରିବା ଏବଂ ଶିଳ୍ପ କରିଡ଼ର ଦୃଷ୍ଟିରୁ ଗ୍ରାମ କୁ ବିସ୍ଥାପିତ କରିବା ଦାବୀ ଉପସ୍ଥାପନ କରିଥିଲେ । ଉକ୍ତ ଦାବୀକୁ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଏହା କେତେଦୂର ସଫଳତା ହେଉଛି ତାହା ଦେଖିବାକୁ ବାକି ରହିଲା



