Welcome to Janta Darbar   Click to listen highlighted text! Welcome to Janta Darbar
Uncategorizedମୁଖ୍ୟ ସମାଚାର

ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ।

 

 

ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ । ଢେଙ୍କାନାଳ, ତା.୦୫.୪.୨୦୨୬- ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆଜି ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସକାଳ ୬ ଘଟିକା ୩୦ ମିନିଟ୍ ସମୟରେ ସ୍ଥାନୀୟ ମିନି – ଷ୍ଟାଡ଼ିୟମ ଠାରୁ ଆରମ୍ଭ ହୋଇଥିବା ଏହି ଐତିହ୍ୟ ଗଣଦୌଡ଼କୁ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, କ୍ରୀଡ଼ା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ପର୍ଯ୍ୟଟନ ଅଧିକାରୀ ଶ୍ରୀ ସ୍ୱସ୍ତି ରଂଜନ ସାହୁ, କ୍ରୀଡ଼ା ସଂଘର ସମ୍ପାଦକ ଶ୍ରୀ ନଳିନୀ କୁମାର ଦାସ, ଅଗ୍ନିଶମ ଅଧିକାରୀ ଶ୍ରୀ ଦୀନବନ୍ଧୁ ମଲ୍ଲିକ, ଉପଖଣ୍ଡ ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରମୂଖ ପତାକା ଦେଖାଇ ଆରମ୍ଭ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର


ଛାତ୍ରଛାତ୍ରୀମାନେ ଏହି ଐତିହ୍ୟ ଗଣଦୌଡ଼ରେ ସାମିଲ ହୋଇ ମିନି ଷ୍ଟାଡ଼ିୟମ ଠାରୁ ବାହାରି ରଥଗଡ଼ା ଦେଇ ଶ୍ରୀବଳରାମ ମନ୍ଦିର ଅତିକ୍ରମ କରି ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଭାଷା ସାହିତ୍ୟକୁ ଆଗେଇ ନେଇ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ସହଯୋଗ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ । ଶ୍ରୀ ସତ୍ୟନାରାୟଣ କର ଏହି ଐତିହ୍ୟ ଗଣ ଦୌଡ଼ ଉତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!