Uncategorized
Firecracker Handling Goes Wrong: ବାଣ ଭିଡିବା ବେଳେ ହଠାତ୍ ବିସ୍ଫୋରଣ, ୬ ଗୁରୁତର
Firecracker Handling Goes Wrong

ବାଣ ଭିଡାଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ରାମନବମୀରେ ବାଣ ଦେବା ପାଇଁ ଠିକା ନେଇଥିବା ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଓ କିଛି ମଜୁରିଆ କାମ କରୁଥିଲେ ।
ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ କୋରଡ଼ା ଗାଁରେ ଘରେ ବାଣ ଭିଡ଼ାଯାଉଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି । ଆସନ୍ତା ୭ ତାରିଖରେ ହେବାକୁ ଥିବା ପ୍ରସିଦ୍ଧ ଲଙ୍କାପୋଡ଼ି ଉତ୍ସବ ପାଇଁ ବାଣ ଭିଡ଼ିବା ବେଳେ ଅଘଟଣ ଘଟିଛି ।
ଲଙ୍କାପୋଡି ପୂର୍ବରୁ ଅଘଟଣ
ବାଣ ଭିଡାଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ରାମନବମୀରେ ବାଣ ଦେବା ପାଇଁ ଠିକା ନେଇଥିବା ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଓ କିଛି ମଜୁରିଆ କାମ କରୁଥିଲେ । ତେବେ ଜଣେ ନାବାଳକ ସେଠାକୁ ଯିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା ।

