ପିସ୍ତଲମୁନରେ ପୋଡି ଦେଲେ ମେସିନ।ଜୀବନରେ ମାରି ଦେବାକୁ ଦେଲେ ଧମକ।
ପିସ୍ତଲମୁନରେ ପୋଡି ଦେଲେ ମେସିନ।ଜୀବନରେ ମାରି ଦେବାକୁ ଦେଲେ ଧମକ।
ତା୦୭/୦୪/୨୦୨୬, ମଙ୍ଗଳବାର।
ବ୍ରହ୍ମପୁରା,ହିନ୍ଦୋଳ,ଢେଙ୍କାନାଳ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଦୁର୍ବୃତମାନେ ଜଣେ ବ୍ୟକ୍ତିଙ୍କ ମେସିନ ପୋଡି ଦେବାସହ ଜୀବନରେ ମାରିଦେବାକୁ ନେଇ ପୋଲିସରେ ହୋଇଛି ଅଭିଯୋଗ। ଖବରରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ରସୋଳ ଥାନା ଅନ୍ତର୍ଗତ ଗିରିଧର ପ୍ରସାଦ ଗ୍ରାମ ପଞ୍ଚାୟତ ବ୍ରହ୍ମପୁରା ଗ୍ରାମର ସ୍ବର୍ଗତ ଗଙ୍ଗାଧର ଦେହୁରୀଙ୍କ ପୁଅ କ୍ଷୀରୋଦ ଦେହୁରୀଙ୍କ ଟାଟା ୧୩୦ ମେସିନକୁ ମୋଟଙ୍ଗା ଥାନା ହିନ୍ଦୋଳରୋଡ଼ ଅଞ୍ଚଳର ସୁବାଷ ଘୋଷଙ୍କ ପୁଅ ସଂଜୀବ ଘୋଷ ଭଡାରେ ନେଇ ନିଜ କାର୍ଯ୍ୟରେ ଲଗାଇଥିବାବେଳେ କ୍ଷୀରୋଦଙ୍କ ପ୍ରାପ୍ୟ ବାବଦକୁ ୧୫ଲକ୍ଷଟଙ୍କା ଦେବାର ଥିଲା ମାତ୍ର ଟଙ୍କା ଫେରସ୍ତ ନପାଇବାରୁ କ୍ଷୀରୋଦ ନିଜ ଗାଡି ମେସିନ ନେଇଆସିଥିଲେ। ତେବେ ଗତ ତା୩/୪/୨୬ରେ କ୍ଷୀରୋଦ ନିଜ ବଗିଚାରେ ଥିବାବେଳେ ସଂଜୀବ ଘୋଷ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କ ସହ ବୁଲେଟ ନଂ OD19U3684 ରେ ଅପରାହ୍ନ ୪ଟା ବେଳେ ଆସି ପିସ୍ତଲରେ ମାରିଦେବାକୁ ଧମାକାଇବା ସହ ସେହିଦିନ ରାତି ୧୨ଟା ସମୟରେ ଗୁଣ୍ଡାମାନଙ୍କ ସହ ଆସି କ୍ଷୀରୋଦ ଙ୍କ ମେସିନକୁ ପୋଡ଼ିଦେଇ ଥିଲେ। ସୁନାଚେନ ଓ ଟଙ୍କା ଲୁଟି ନେଇଥିବା କ୍ଷୀରୋଦ ରାସୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଘଟଣାର ପୋଲିସ ତଦନ୍ତ କରୁଥିବାବେଳେ ନିରୀହ କ୍ଷୀରୋଦଙ୍କୁ କ୍ଷତିପୂରଣ ସହ ଉଚିତ ନ୍ୟାୟ ଦେବାପାଇଁ ଅଞ୍ଚଳବାସି ଦାବି କରିଛନ୍ତି।
