Uncategorized

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ିଆ ସହିତ ଖୋଲିବ ଇଂରାଜୀ ମାଧ୍ୟମ।

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ିଆ ସହିତ ଖୋଲିବ ଇଂରାଜୀ ମାଧ୍ୟମ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନିମବାହାଳି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୨୦୧୨ ମସିହାରୁ ସ୍ଥାପନା କରାଯାଇ ପାରିପାର୍ଶ୍ବିକ ଅଞ୍ଚଳରେ ଆଚାର, ବିଚାର, ଶୁଦ୍ଧ, ସଂସ୍କାର ଯୁକ୍ତ ଆଦର୍ଶ ଛାତ୍ର ନିର୍ମାଣ କରିବାକୁ ଥିବା ଲକ୍ଷ ବାସ୍ତବରେ ପରିଣତ କରିବାକୁ ଉଦ୍ୟମ ଜାରୀ ରଖିଛି।ଏହି ଅଞ୍ଚଳ ରେ କେତେକ ଶିଳ୍ପ କାରଖାନା ଗୁଡିକ ର ଅଣ ଓଡିଆ କର୍ମଚାରୀ ମାନଙ୍କ ପରିବାର ର ଶିଶୁ ଭାଇ ଭଉଣୀ ମାନଙ୍କୁ ଶିକ୍ଷାଦାନ କୁ ଦୃଷ୍ଟିରେ ରଖି ଏଠାରେ ଓଡ଼ିଆ ବ୍ୟତିତ ଇଂରାଜୀ ମାଧ୍ୟମ ଖୋଲିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଏହି ବିଦ୍ୟାଳୟରେ ଇଂରାଜୀ ମାଧ୍ୟମ ଖୋଲିବା ପାଇଁ ଖୁବଶିଘ୍ର ମଞ୍ଜୁରୀ ପାଇଁ ଆବେଦନ କରାଯିବ ବୋଲି ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ ପ୍ରକାଶ କରିଛନ୍ତି। ପାରିପାର୍ଶ୍ବିକ ଅଞ୍ଚଳରେ ଆଦର୍ଶ ଛାତ୍ର ନିର୍ମାଣ କରିବାକୁ ଥିବା ଲକ୍ଷ କୁ ବାସ୍ତବରେ ପରିଣତ କରିବାକୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଉଦ୍ୟମ କରିବେ ବୋଲି ତାଙ୍କ ର ମତ। ଆଗାମୀ ଦିନରେ ଏହି ଉଦ୍ୟମ କେତେବେଳେ ସଫଳତା ହାସଲ କରିପାରୁଛି ତାହା ଦେଖିବାକୁ ବାକି ରହିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!