
ମଙ୍ଗଳବାର କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ
ଢେ଼ଙ୍କାନାଳ :୧୨/୦୬- ମଙ୍ଗଳବାର ଜୁନ ୧୬ତାରିଖ କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିବେ। ସଂପୃକ୍ତ ଅଞ୍ଚଳ ବାସୀଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସମାଧାନ ନିମନ୍ତେ ଶିବିରରେ ପଞ୍ଜିକରଣ କରି ଅଭିଯୋଗ କରିପାରିବେ ବୋଲି ଜଣାଇ ଦିଆଯାଉଛି । ଏହି ଜନ ଅଭିଯୋଗ ଶୁଣାଣି ଶିବିର ପୂର୍ବାହ୍ନ ୧୦ଘଟିକାରୁ ଆରମ୍ଭ ହେବ l
ଏହା ଗଣମାଧ୍ୟମରେ ବହୁଳ ପ୍ରସାରଣ ନିମନ୍ତେ ପ୍ରେରଣ କରାଗଲା l