“”ଖଡ୍ଗପ୍ରସାଦ ହାଟପଟି ବଜାର ରେ ପ୍ରଥମଥର ଗଜଲକ୍ଷ୍ମୀ ପୂଜା ଆରମ୍ଭ”””






ଖଡ୍ଗପ୍ରସାଦ ହାଟପଟି ବଜାର ରେ ପ୍ରଥମଥର ଗଜଲକ୍ଷ୍ମୀ ପୂଜା ଆରମ୍ଭ।
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଖଡ୍ଗ ପ୍ରସାଦ ଗ୍ରାମ ର ୧୨୦ ବର୍ଷ ର ଐତିହାସିକ ହାଟପଟି ବଜାର ଠାରେ ଲଷ୍ମୀପୂଜା ଆରମ୍ଭ,ପୂର୍ବରୁ ମାରୁଆଡ଼ି ଓ ଓଡ଼ିଆ ମାନଙ୍କ ର ବ୍ୟବସାୟିକ ଏହି ସ୍ଥାନଟି ଅଞ୍ଚଳ ରେ ବେସ୍ ଖ୍ୟାତି ଅର୍ଜନ କରିଥିବା ବିଷୟରେ ଶୁଣିବାକୁ ମିଳେ। ଚଳିତବର୍ଷ ଏହି ହାଟପଟି ବଜାର ର ମୋଟ୍ ୩୨ ଟି ଦୋକାନ, ବଜାର ବାସିନ୍ଦା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହାୟତାରେ ମା ଙ୍କ ର ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି. ଏହା ସମଗ୍ର ପଞ୍ଚାୟତର ସାଧାରଣ ଲୋକଙ୍କ ପାଇଁ ମା ଙ୍କ ପୂଜା ମଣ୍ଡପ ପାଖରେ ଉପଭୋଗ କରିବାକୁ ସୁଯୋଗ ପାଇବା ସହିତ ହରିହାଟ ମାଧ୍ୟମରେ ସମସ୍ତ ଙ୍କୁ ପ୍ରସାଦ ସେବନ କରିବା ର ସୁ ବ୍ୟବସ୍ଥା ରେ ଆଣିଦେଇଛି ଭାଇ ଚାରା ର ବାସ୍ନା । ବିଳମ୍ବରେ ହେଲେ ମଧ୍ୟ ହାଟପଟି ବଜାର ର ବ୍ୟବସାୟି ମାନେ “ବାଣିଜେ ବସନ୍ତି ଲକ୍ଷ୍ମୀ” ଶବ୍ଦ କୁ ସମ୍ମାନ ର ସହିତ ପାଳନ କରି ହାଟପଟି ବଜାର ର ଇତିହାସ କୁ ଜାଗ୍ରତ କରିବା ସହିତ ମା ଲକ୍ଷ୍ମୀ ଙ୍କ ର ପୂଜା ଆରମ୍ଭ କରି ଆଖପାଖ ଅଞ୍ଚଳରେ ହେଉଥିବା ଲକ୍ଷ୍ମୀ ପୂଜା ପ୍ରତିଯୋଗିତା ତାଲିକା ରେ ହାଟପଟି ବଜାର ର ନାମ ଯୋଡ଼ି ଥିବା ଦେଖିବାକୁ ମିଳିଛି। ହାଟପଟି ବଜାର ମା ଙ୍କ ଦର୍ଶନ ସହିତ ଯାତ୍ରା, ମେଢ଼,ହରିହାଟ,ନାମ ସଂକୀର୍ତ୍ତନ ଭଳି ମାହୋଲ ଯୁକ୍ତ ମା ଙ୍କ ଏହି ଲକ୍ଷୀ ପୂଜା ପ୍ରତିଯୋଗିତା ଆଗାମୀ ଦିନରେ କେତେ ଆକର୍ଷଣୀୟ ଓ ଲୋକପ୍ରିୟ ହେଉଛି ତାହା ଦେଖିବାକୁ ବାକି ରହିଲା।।