Uncategorized

###ଶ୍ରୀ ଶ୍ରୀ ସତ୍ୟ ସାଇବାବା ଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ଉତ୍ସବ ମୋଟଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଅଛି।।###₹

ଶ୍ରୀ ଶ୍ରୀ ସତ୍ୟ ସାଇବାବା ଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ଉତ୍ସବ ମୋଟଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଅଛି।।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ଗ୍ରାମର ଥାନା ସାହି ଠାରେ ବହୁ ଆଡ଼ମ୍ବରେ ଶ୍ରୀ ଶ୍ରୀ ସତ୍ୟ ସାଇବାବା ଙ୍କ ର ୧୦୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ରେ ଶ୍ରଦ୍ଧାଳୁ ମହିଳା ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ପରିବେଷଣ କରି ସମଗ୍ର ଅଞ୍ଚଳକୁ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଶ୍ରୀ ଶ୍ରୀ ସତ୍ୟ ସାଇବାବା ଙ୍କ ମଣ୍ଡପ ରେ ପ୍ରମୁଖ ଶ୍ରଦ୍ଧାଳୁ ତଥା ଅଞ୍ଚଳ ର ଲୋକପ୍ରିୟ ସାଇ ଭକ୍ତ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଓ ପୂଜକ ଶ୍ରୀ ଶ୍ରୀ ସତ୍ୟ ସାଇବାବା ଙ୍କ ଫଟୋ ଚିତ୍ର ରେ ମାଳ ଦେଇ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ଶ୍ରୀ ସତ୍ୟ ସାଇବାବା ଙ୍କ ଜୀବନ ଗାଥା ଯୁକ୍ତ ଭଜନ କୀର୍ତ୍ତନ ମାଧ୍ୟମରେ ସାଇ ରାମ୍ ଶବ୍ଦ ରେ ଭକ୍ତି ପୂର୍ଣ୍ଣ ସଙ୍ଗୀତ ଗାନ କରିବା ସହିତ ପ୍ରସାଦ ସେବନ କରି ଉ ଉତ୍ସବ ପାଳନ କରିଥିଲେ।।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!