Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଲଘୁଚାପ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ହିନ୍ଦୋଳ ବ୍ଳକ୍ ସଞ୍ଜପଡା‌ ଗ୍ରାମ ର ଧରଣି ଗୋଛୟତର ଜୀବନ ଗଲା।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ସଞ୍ଜ ପଡା ଗାଁ ଧରଣି ଗୋଛୟତ ପିତା ଦୁର୍ଯ୍ୟୋଧନ ଗୋଛୟତ ବୟସ ୫୦ ବର୍ଷ ତାର ଘରେ ବିଶ୍ରାମ ନେଉଥିବା ବେଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଘର କାନ୍ଥ ଭିଜି ଯାଇଥିଲା ଏବଂ ହଠାତ୍ ଘର ଭିତର ପଟକୁ ପଡ଼ିବା ଯୋଗୁଁ ଧରଣି ଧର ଉପରେ ପଡିଥିଲା ଏହି ଖବର ପାଇ ଗାଁ ଲୋକମାନେ ଉଧାର କରିବା ପରେ ତାଙ୍କ ର ପ୍ରାଣବାୟୁ ଉଡି ଯାଇଥିଲା। ତାଙ୍କ ପରିବାର ଲୋକେ ପରେ ଶଵ ବ୍ୟବଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ସରକାରୀ ଚିକିତ୍ସାଳୟ ନେଇଥିବା ଜଣା ପଡିଛି ସରକାର ଓ ପ୍ରଶାସନ ପକ୍ଷରୁ ଧରଣି ଗୋଛୟତ ଙ୍କ ପରିବାର କୁ ସହାୟତା ଯୋଗାଇ ଦେବାକୁ ବିଜେପି ପାରିକୁଳ ମଣ୍ଡଳ ସଭାପତି ଶ୍ରୀ ରବିନ ବାରିକ ଏବଂ ପୂର୍ବତନ ବିଜେପି ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଯଶୋବନ୍ତ ରଣଜିତ୍ ରାୟ ଦାବୀ ଜଣାଇଥିବା ପ୍ରକାଶ। ପ୍ରଶାସନ ଧରଣି ଗୋଛୟତ କୁ କି ସହାୟତା ଯୋଗାଇ ଦେଉଛି ତାହା ଦେଖିବାକୁ ବାକି ରହିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!