Uncategorized

ମୃତ୍ୟୁ ର ସୈଦାଗର ଢେଙ୍କାନାଳ ରୁଙ୍ଗଟା ଇସ୍ପାତ କାରଖାନା।।

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ଗ୍ରାମ ଠାରେ ଅବସ୍ଥିତ ରୁଙ୍ଗଟା ଇସ୍ପାତ କାରଖାନା ରୁ ନିର୍ଗତ ଦୁଷିତ ଧୁଆଁ ପାରିପାର୍ଶ୍ବିକ ଅଞ୍ଚଳରେ ଖେଳିଯିବା ଫଳରେ ହଜେଇ ଦେଇଛି ସବୁଜ ପରିବେଶ। କୂଅ ପୋଖରୀ ଗଛ ଲତା ଠାରୁ ଆରମ୍ଭ କରି ଘର ତିତରେ କଳା ପାଉଁଶ ର ପ୍ରଭାବ ଅଞ୍ଚଳବାସୀଙ୍କ ନିଦ ଅଜେଇ ଦେଇଥିବା ଦେଖିବାକୁ ମିଳିଛି। କାରଖାନା କୁ ଆସୁଥିବା କୋଇଲା, ଲୁହାପଥର ବୋଝେଇ ମାଲବାହୀ ଯାନ ଗୁଡିକ ସର୍ବ ସାଧାରଣ ପାଇଁ ଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା କୁ ବେଆଇନ ଭାବରେ ବ୍ୟବହାର କରି ଧୁଳି ଧୁଆଁ ରେ ସର୍ବସାଧାରଣ ଙ୍କ ଯାତାୟାତ ରେ ବାଧକ ସାଜିଛି। କେବେହେଲେ ପାଣି ମୁନ୍ଦାଏ ରାସ୍ତା ରେ ନପକାଇ କାହା ବଳରେ ଚଳାଇଛି ରାବଣରାଜ୍ ତଦନ୍ତ ସାପେକ୍ଷ। ଆଗାମୀ ଦିନରେ ଏହାକୁ ରୋକା ନଗଲେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ରେ ଛନ୍ଦି ହୋଇ ଧନଜୀବନ ହାନି ହେବା ଜଳଜଳ ଦେଖାଯାଉଛି। ଏହିଭଳି ପରିସ୍ଥିତି ଲାଗିରହିଲେ ମାବନ ଜୀବନ ପ୍ରତି ବିପଦ ର କଳା ବାଦଲ ମାଡି ଆସିବାକୁ ରୋକାଯାଇ ନ ପାରେ।ସରକାର ଓ ପ୍ରଶାସନ ର ନାକତଳେ ଏହି ପରିସ୍ଥିତି କୁ ଦୃଷ୍ଟି ନଦେବା ଯୋଗୁଁ ଅଞ୍ଚଳ ରେ ଆନ୍ଦୋଳନ ର ଦାନା ବାନ୍ଧିଲାଣି।ଏହାର ପରିଣାମ ଆଗକୁ କେଉଁ ରୁପ ଧାରଣ କରୁଛି ତାହା ଦେଖିବାକୁ ବାକି ରହିଲା।।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
Click to listen highlighted text!
error: Content is protected !!