Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ସର୍ବସାଧାରଣ ଚଳପ୍ରଚଳ ଯାଗାରେ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଇବାରୁ ଗ୍ରାମବାସୀ ଉତ୍‌କ୍ଷିପ୍ତ


ସର୍ବସାଧାରଣ ଚଳପ୍ରଚଳ ଯାଗାରେ ଜଙ୍ଗଲ ବିଭାଗ
ପକ୍ଷରୁ ଗଛ ଲଗାଇବାରୁ ଗ୍ରାମବାସୀ ଉତ୍‌କ୍ଷିପ୍ତ !
ଢେଙ୍କାନାଳ ସଦର : ସପ୍ତଶଯ୍ୟା ଗ୍ରାମପଞ୍ଚାୟତର କମନିଙ୍ଗ୍ ଗ୍ରାମର ସର୍ବସାଧାରଣ ଚଳପ୍ରଚଳ ଜାଗାରେ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଇବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଏକଦାବୀ ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ,କମନିଙ୍ଗ୍ ଗ୍ରାମ ଏବଂ ଗଜମରାଗ୍ରାମର ସମସ୍ତ ସାଧାରଣ ଚଳପ୍ରଚଳ ନିମନ୍ତେ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଉକ୍ତ ସ୍ଥାନଟି ଖୋଲା ରହିବା ପାଇଁ ଫଏସଲା ହୋଇଥିଲା। ବର୍ତ୍ତମାନ ଉକ୍ତ ଯାଗାକୁ ଜଙ୍ଗଲ ବିଭାଗ ସେଠାରେ ବିଭିନ୍ନ ଗଛ ଲଗାଇଛି। ଯାହାକି ସର୍ବସାଧାରଣ ଚଳପ୍ରଚଳରେ ବାଧାପ୍ରାପ୍ତ ହେଉଅଛି ତଥା ସମସ୍ତ କାର୍ଯ୍ୟ ଉକ୍ତ ଯାଗା ଉପରେ ହେବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଅଗଚୋରରେ ଗଛଲଗା ଯାଇଛି। ଏଣୁ ଏହାକୁ ଉପଯୁକ୍ତ ତଦନ୍ତ କରାଯାଇ ଜଙ୍ଗଲ ବିଭାଗ ଉକ୍ତ ଜାଗାରେ ଗଛନଲଗାଇବା ପାଇଁ ଆଦେଶ ପ୍ରଦାନ କଲେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀପତ୍ର ପ୍ରଦାନ ସମୟରେଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!