Uncategorized

ବ୍ରାହ୍ମଣୀ ପବ୍ଲିକ ସ୍କୁଲ୍ , ପାରିକୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଖଲିବେରଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମ
ଢେଙ୍କାନାଳ, ୨୧/୦୯/୨୦୨୬: ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନ ପଠାଣୀ ସାମନ୍ତ ପ୍ଲାନେଟୋରିୟ୍‌ମ, ଭୁବନେଶ୍ୱର ସହଯୋଗିତାରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ୨୦ତମ ସଂସ୍କରଣର ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ଖରଗପ୍ରସାଦ ସ୍ତିତ ବ୍ରାହ୍ମଣୀ ପବ୍ଲିକ ସ୍କୁଲ୍ , ପାଇକପୁରୁଣା କୋଟେ ସ୍ତିତ ପାରିକୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଖଲିବେରଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ସ୍କୁଲ ପିଲାମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନକୁ ନେଇ ଆଗ୍ରହ ଓ ଅନ୍ୱେଷଣକୁ ନେଇ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ୬ଷ୍ଠରୁ ଦଶମ ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବହୁବିଧ ପସନ୍ଦର ପ୍ରଶ୍ନ (ଏମ୍‌ସିକ୍ୟୁ) ପରୀକ୍ଷା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଠି ଛାତ୍ରଛାତ୍ରୀମାନଙ୍କୁ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ଉପରେ ସେମାନଙ୍କ ଜ୍ଞାନ ଅନ୍ୱେଷଣ ଓ ପ୍ରଦର୍ଶନ କରିବାର ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା।
କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ର ପ୍ରତିନିଧି ମଣ୍ଡଳୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଏଥିସହ ପ୍ରମୁଖ ଗଣମାଧ୍ୟମର ପ୍ରତିନିଧି ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯେଉଁ ଅଂଚଳରେ କାର୍ଯ୍ୟକ୍ରମ ଆୟୋଜନ ହେଉନାହିଁ, ସେଠାକାର ପିଲାମାନେ ଅଫିସିଆଲ ୱେବସାଇଟ୍‌- https://www.bit.ly/YATS2026 ରେ ପଞ୍ଜୀକରଣ କରି ଅନଲାଇନ୍‌ରେ ଭାଗ ନେଇପାରିବେ। ପ୍ରତିବର୍ଷ ବିଜୟୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଦର୍ଶନ କରିବାର ସୁଯୋଗ ମିଳିପାରୁଛି ।
ଚଳିତ ବଷ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ୨୦ତମ ସଂସ୍କରଣର ଥିମ୍ ରହିଛି ‘ଇଣ୍ଡିଆଜ୍ ନେକ୍ସଟ୍ ଗଗନଟ୍‌’ ଆଗାମୀ ପିଢ଼ିର ମହାକାଶଚାରୀଙ୍କୁ ପ୍ରେରଣା ଯୋଗାଇବାର ପ୍ରୟାସ।
ସୂଚନାଥାଉ କି ଏବେସୁଦ୍ଧା ରାଜ୍ୟର ୫.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୟାଟ୍ସ କାର୍ଯ୍ୟକ୍ରମରେ ସହ ଯୋଡ଼ି ହୋଇଥିବା ବେଳେ ୨୬୦ ଜଣ ପ୍ରତିଭାବାନ୍ ଛାତ୍ରଛାତ୍ରୀମାନେ ଇସ୍ରୋର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ଭାରତର ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
Click to listen highlighted text!
error: Content is protected !!