
ଢେଙ୍କାନାଳ ଲୋକସଭା ସାଂସଦ ଙ୍କ ପାରି କୂଳ ଅଞ୍ଚଳ ଗସ୍ତ ବେଳେ ନିମବାହାଳି ବଜାର ଠାରେ ଚାଏ ପେ ଚର୍ଚ୍ଚା।।
ଆଜି ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ,ଦଳର ପଦାଧିକାରୀ ମାନଙ୍କୁ ସାଙ୍ଗରେ ନେଇ ହିନ୍ଦୋଳ ଗସ୍ତ ବେଳେ ବା ବନ୍ଧ ମଣ୍ଡଳ ଅନ୍ତର୍ଗତ କୁକୁଟା ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ଙ୍କ ଏକାଦଶାହ କାର୍ଯ୍ୟ ଦିବସରେ ଯୋଗଦେବା ପରେ ପାରିକୁଳ ଅଞ୍ଚଳ ପାଟଲା ଗ୍ରାମ ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ତିନିଜଣ ଏବଂ ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ପିଡିତା ପରିବାର ବର୍ଗଙ୍କୁ ଘର ଘର ବୁଲି ସମବେଦନା ଜ୍ଞାପନ କରି କିଛିଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିବା ନୂଆଗାଁ ର ବୁଥ୍ ସଭାପତି ସ୍ୱର୍ଗତ ନିରୋଦ ଗଡ଼ନାୟକ ଙ୍କ ଘରକୁ ଯାଇ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଶେଷରେ ନିମବାହାଳି ବଜାର ଠାରେ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଥିବା କବି ଭାଇ ଚା ଦୋକାନ ଠାରେ କାର୍ଯ୍ୟକର୍ତ୍ତା ମାନଙ୍କ ଗହଣରେ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରିଥିଲେ।ଏହି ଚର୍ଚ୍ଚା କାର୍ଯ୍ୟକ୍ରମ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବେଳେ ରାସ୍ତାରେ ଯାଉଥିବା ଲୋକମାନେ ସାଂସଦ ଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା।।
