Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଗ୍ରାମ ସ୍ତରୀୟ ଶିଶୁ ସଚେତନତା କାର୍ଯ୍ୟ କ୍ରମ
ଢେଙ୍କାନାଳ, ଓଡାପଡା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗା ଗ୍ରାମରେ ବିଶ୍ୱ ଯୁବକେନ୍ଦ୍ର ସଂସ୍ଥା ଆନୁକୂଲ୍ୟରେ ଗ୍ରାମସ୍ତରୀୟ ଶିଶୁ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି | ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟିକା ବିଦୁଲତା ଭଞ୍ଜ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଳେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଲକ୍ଷରେ ଆଲୋଚନା ହୋଇଥିଲା |କୁଶୁପଙ୍ଗା ଗ୍ରାମର ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟ , ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସମାଜ ଦାୟିତ୍ୱବୋଧର ପରିଚୟ ପ୍ରଦାନ କରିଥିଲେ | ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ଆଲୋଚନା କରାଯାଇଥିଲା | ଅପରିପକ୍ଵ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଦେଖା ଦେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା | ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସମ୍ପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା | ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପୃକ୍ତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଦିଆଯାଇଥିଲା | ବୈଠକରେ ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!