Uncategorized

*ଜାତୀୟ ଡେଙ୍ଗୁ ଦିବସ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ*


**
ମେରାମଣ୍ଡଳୀ, ୧୫/୦୫/୨୦୨୬: ଜାତୀୟ ଡେଙ୍ଗୁ ଦିବସ ୨୦୨୬ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଖଲିବେରଣା କମ୍ୟୁନିଟି ସେଣ୍ଟରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପରୀପ୍ରେକ୍ଷୀରେ “ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ସାଧାରଣ ଲୋକଙ୍କ ଭାଗୀଦାରି: ଚେକ୍‌, କ୍ଲିନ୍ ଆଣ୍ଡ କଭର” ଶୀର୍ଷକରେ ଏକ ଶିବିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ୩୭ଜଣ ସଦସ୍ୟ ଯୋଗଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଫ୍ରଣ୍ଟଲାଇନ୍ କର୍ମୀମାନେ ଯୋଗଦେଇ ଡେଙ୍ଗୁ ସଚେତନତା, ପ୍ରତିରୋଧ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ କିପରି ମଶା ବଂଶବୃଦ୍ଧି ରୋକିହେବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଏଡିପିଏଚଓ, ଭେକ୍ଟର ବର୍ଣ୍ଣ ଡିଜିଜେସ୍ (ଭିବିଡି) ଡା. ହିମାଂଶୁ ଶେଖର ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କମ୍ୟୁନିଟି ହେଲ୍ଥ ଅଫିସର (ସିଏଚ୍‌ଓ) ସୁନୀତା ବେହେରା, ଜିଲ୍ଲା ଭିବିଡି କନସଲ୍ଟାଣ୍ଟ କବୀର କୁମାର ସ୍ୱାଇଁ, ଭିବିଡି ଟିଏସ୍‌, ସିଏଚ୍‌ସି ଖଜୁରିଆକୋଟ ସୁନୀଲ କୁମାର ମହାପାତ୍ର, ଖଜୁରିଆକୋଟା ବିପିଏମ୍ ପ୍ରିୟଦର୍ଶିନୀ ସାହୁ ଏବଂ ମଲ୍ଟି ପର୍ପୋଜ୍ ହେଲ୍ଥ ସୁପରଭାଇଜର ଗଣେଶ୍ୱର ବିଶ୍ୱାଳ ଉପସ୍ଥିତ ଥିଲେ।

ଏ ନେଇ ଖାଲିବେରଣା ଗ୍ରାମରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଆଶା କର୍ମୀ, ଏଏନଏମ୍‌, ଅଙ୍ଗନବାଡ଼ି କର୍ମୀ ଓ ସ୍ଥାନୀୟ ଲୋକମାନେ ଅଂଶଗ୍ରହଣ କରି ଡେଙ୍ଗୁ ପ୍ରତିରୋଧ ଓ ସ୍ୱଚ୍ଛତା ବାର୍ତ୍ତା ପ୍ରଚାର କରିଥିଲେ।

ଏଥିସହ ଜିଲ୍ଲା ଭିବିଡି ଅଧିକାରୀଙ୍କ ଦ୍ୱାରା ମଶା ବଂଶବୃଦ୍ଧି ରୋକିବା ଓ ଘର ଆଖପାଖରେ ମଶା ବଢ଼ୁଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!