Uncategorized
##ଓଡ଼ିଶା ସାମ୍ବାଦିକ ୟୁନିଅନ(ଓୟୁଜେ)ର ସଭାପତି ପ୍ରସନ୍ନ ମହାନ୍ତି ##
ଓଡ଼ିଶା ସାମ୍ବାଦିକ ୟୁନିଅନ(ଓୟୁଜେ)ର ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ପୋଲିସ ମୁଖ୍ୟାଳୟଠାରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ (IPS) ଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।
ଏହି ବୈଠକରେ ମୁଖ୍ୟତଃ ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ଗଣମାଧ୍ୟମ-ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା। ଏହି ପ୍ରତିନିଧି ଦଳରେ ସାଧାରଣ ସମ୍ପାଦକ କିଷାନ କୁମାର ରାଉତ, ଉପ-ସଭାପତି ସନ୍ତୋଷ ସିଂଦେଓ ଏବଂ ସମ୍ପାଦକ ଦେବପ୍ରସାଦ ଦାଶ ସାମିଲ ଥିଲେ।

