Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ପ୍ରଦୂଷଣ ବଳୟରେ ଓଡାପଡା ଅଞ୍ଚଳର ଜାତୀୟ ରାଜପଥ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡାପଡା ବ୍ଲକର ଗୁଡିଆକାଟେଣୀ ଠାରୁ କଣ୍ଟାବଣିଆଁ ପର୍ଯ୍ୟନ୍ତ ଦୀର୍ଘ ୧୫ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥ ଟି ବେଆଇନ ପାର୍କିଂ ପାଇଁ ଓ ଜବରଦଖଲ ପ୍ରଭାବରେ ଧୂଆଁ ଧୂଳିରେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଲୋକମାନେ ଜୀବନକୁ ପାଣି ଛଡାଇ ଦୈନନ୍ଦିନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ପୂର୍ବେ ଦେଶର ଉଚ୍ଚତମ ନ୍ୟାୟାଳୟ ଦ୍ବାରା ଦେଶର ସମସ୍ତ ଜାତୀୟ ରାଜପଥ ଗୁଡିକରେ ଜବରଦଖଲ ଓ ବେଆଇନ ପାର୍କିଂ ଉଛେଦ ପାଇଁ ଦେଇଥିବା ଆଦେଶ କୁ ସାଧାରଣରେ ସ୍ୱାଗତ କରାଯାଉଥିବାବେଳେ ଆଗାମୀ ଦିନରେ ଉକ୍ତ ଆଦେଶକୁ ଯଥାଶୀଘ୍ର ଆମ୍ଭ ଅଞ୍ଚଳରେ ଲାଗୁ କରାଯିବା ପାଇଁ ସାଧାରଣ ରେ ଦାବି ହେଉଥିବା ଦେଖିବାକୁ ମିଳିଛି, ଜିଲ୍ଲାପାଳ ,ଏସ୍ପି ଉପଜିଲ୍ଲାପାଳ,ତହସିଲଦାର ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କୁ ନେଇ ଗଠିତ କରାଯାଇଥିବା ଶକ୍ତିଶାଳୀ କମିଟିକୁ ଉଚ୍ଚତମ ନ୍ୟାୟାଳୟ ଦିଆଯାଇଥିବା ଗୁରୁ ଦାୟିତ୍ବ କୁ କେତେ ସୁଚାର ରୂପେ କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ?

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
error: Content is protected !!
Click to listen highlighted text!