*ଖବର ଆଜିର*
ତାରିଖ:୩୦/୦୫/୨୬, ଶନିବାର
୧-ପୁଣି ଖୋଲିବ ଜନ ଶୁଣାଣି ଦରବାର, ଜୁନ୍ ୧ରେ ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ।
୨-ଭୁବନେଶ୍ୱର:ସେମିକଣ୍ଡକ୍ଟର ହବ୍ ହେବ ଓଡ଼ିଶା, Intel ଏବଂ 3DGS ସହ ମେଗା ଚୁକ୍ତି କଲେ ରାଜ୍ୟ ସରକାର।
୩-ଅପରାଧ ଓ ଅପରାଧୀଙ୍କ ବିରୋଧରେ “ସ୍ପେଶାଲ ଡ୍ରାଇଭ୍”, ୧୮ ଦିନରେ ୫୭୦୩ ଜଣଙ୍କ ବିରୋଧରେ NBW କାର୍ଯ୍ୟକାରୀ, ୫୨୦ ଅଭିଯୁକ୍ତ ଗିରଫ।
୪-ଖାଦ୍ୟ ଅପମିଶ୍ରଣ ରୋକିବାକୁ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, ଖାଦ୍ୟ ସୁରକ୍ଷା ଆଇନକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ।
୫-ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ, ଆଜିଠୁ ଘରକୁ ଘର ବୁଲିବେ BLO।ସାମିଲ ହେବେ ୩ କୋଟି ୩୩ ଲକ୍ଷରୁ ଅଧିକ ଭୋଟର।
୬-ପୁନଃ ମୂଲ୍ୟାୟନ ପାଇଁ ତାରିଖ ଘୁଞ୍ଚାଇଲା ସିବିଏସଇ, ଜୁନ୍ ୧ରେ ଖୋଲିବ ପୋର୍ଟାଲ୍।
୭-ନୟାଗଡ଼:ଭୋଜି ଖାଇ ଫେରୁଥିବା ବେଳେ ଗଛରେ ପିଟିହେଲା ବାଇକ୍ , ଭିଣୋଇ ମୃତ ଓ ଶଳା ଗୁରୁତର।
୮-ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନରେ ITI ପାଠପଢ଼ା ସହିତ ଭଲ ଚାକିରୀ ସୁଯୋଗ, ଯୋଗାଯୋଗ କରନ୍ତୁ:8114382206,9437666522
୯-ଗିର୍ ନ୍ୟାସନାଲ ପାର୍କରେ ସିଂହମାନଙ୍କ ମୃତ୍ୟୁକୁ ନେଇ ହଡ଼କମ୍ପ, ଭାଇରସ ଆଶଙ୍କାରେ ହାଇ ଆଲର୍ଟ।
୧୦-ବାରଙ୍ଗ:ଥାନାରେ ଥାର୍ଡ ଡିଗ୍ରୀ ଘଟଣା, ପୁଣି ବାରଙ୍ଗ ଥାନା ଘେରିଲେ ଶତାଧିକ ଗ୍ରାମବାସୀ।
୧୧-ଡେରାବିଶ ଥାନା ମହିଳା SIଙ୍କ ଦବଙ୍ଗଗିରି! ଅଭିଯୋଗକାରୀଙ୍କ ଝିଅକୁ ମାଡ ମାରି ଆହତ କରିଥିବା ଅଭିଯୋଗ। ନ୍ୟାୟ ପାଇଁ ଜିଲ୍ଲାପାଳ,SPଙ୍କୁ ଗୁହାରି କଲେ ନର୍ମଦା।
୧୨-ଭୁବନେଶ୍ୱର:ବନ୍ୟପ୍ରାଣୀ ସଂରକ୍ଷଣରେ କିଟ୍ର ନୂଆ ସଫଳତା, ‘ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍’କୁ ମିଳିଲା ଡିଜାଇନ୍ ପେଟେଣ୍ଟ
୧୩-ଗଞ୍ଜାମ:ସୁଧୀର ପାତ୍ର ମର୍ଡର ମିଷ୍ଟ୍ରି; ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ଡେମୋ, କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ।
୧୪-ମହାରାଷ୍ଟ୍ରରେ ବିଷାକ୍ତ ମଦମୃତ୍ୟୁ ବିଭୀଷିକା । ପିମ୍ପରି-ଚିଞ୍ଚୱାଡ଼ ଏବଂ ପୁଣେର ବିଭିନ୍ନ ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୫ ଜଣଙ୍କ ମୃତ୍ୟୁ
୧୫-ଜୁନରେ କମ୍ ହେବ ମୌସୁମୀ ବର୍ଷା , ସାମ୍ବାଦିକ ସମ୍ମିଳନୀ କରି ମୌସୁମୀ ତଥ୍ୟ ରଖିଲା ଭାରତୀୟ ପାଣିପାଗ ବିଭାଗ।
୧୬-ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ; କ୍ୱାଲିଫାୟର୍-୨ରେ ରାଜସ୍ଥାନକୁ ୭ ୱିକେଟରେ ଦେଲା ମାତ୍, ୩୧ରେ ଆରସିବି ସହ ହେବ ମହାଲଢ଼େଇ।
୧୭-ବନ୍ଦ ରହିବ କକ୍ରୋଚ୍ ଜନତା ପାର୍ଟିର X ଆକାଉଣ୍ଟ,କଟକଣା ହଟାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ।
୧୮-ବେଙ୍ଗଲରେ ପରାଜୟ ପରେ TMCରେ ନୂଆ ସଙ୍କଟ, ‘ଫର୍ଜି (ନକଲି) ସିଗ୍ନେଚର’ ମାମଲାରେ ଫସିଲେ ବିଧାୟକ, ସିଆଇଡି ଆରମ୍ଭ କଲା ଯାଞ୍ଚ।
୧୯-ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ମାଡ଼: ରେକର୍ଡ ସ୍ତରକୁ ଖସିଲା ଟଙ୍କା, ବଢ଼ିଲା ପାଠପଢ଼ା ଓ ଯାତ୍ରା ଖର୍ଚ୍ଚ।
୨୦-ବ୍ଲାକ୍ ଫ୍ରାଇଡେ: ସେନସେକ୍ସ ୧୦୦୦ ଅଙ୍କ ଖସିଲା, ନିବେଶକଙ୍କ କ୍ଷତି ୫.୧୭ ଲକ୍ଷ କୋଟି ଟଙ୍କା।
୨୧-ରୋମାନିଆରେ ରୁଷର ଡ୍ରୋନ୍ ଆକ୍ରମଣ: ଗର୍ଜିଲା NATO, ପୁଟିନଙ୍କୁ ଦେଲା ଚେତାବନୀ।
୨୨-ଇରାନ-ଆମେରିକା ଶାନ୍ତି ଚୁକ୍ତି: ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ‘ସିଚୁଏସନ ରୁମ୍’କୁ ଗଲେ ଟ୍ରମ୍ପ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
