Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

##ମାତୃ, ଶିଶୁ ସ୍ୱାସ୍ଥ୍ୟର ଯତ୍ନ ସଚେତନତା କାର୍ଯ୍ୟକ୍ରମ ରେ ଟାଟା ଷ୍ଟିଲ ମେରା ମଣ୍ଡଳୀ ର ଭୁମିକା ପ୍ରଶଂସନୀୟ।।##

ମାତୃ, ଶିଶୁ ସ୍ୱାସ୍ଥ୍ୟର ଯତ୍ନ ଓ ସଚେତନତା ଲକ୍ଷ୍ୟରେ ‘ପୋଷଣ ପକ୍ଷୱାଡା’


– ରାଜ୍ୟ ସରକାର ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମିଳିତ ଉଦ୍ୟମରେ ୮ମ ସଂସ୍କରଣ ଆୟୋଜିତ

ନରେନ୍ଦ୍ରପୁର, ୨୫/୦୪/୨୦୨୬- ମାତୃ ଏବଂ ଶିଶୁ ପୁଷ୍ଟିହୀନତା ଦୂର କରିବା ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ୮ମ ‘ପୋଷଣ ପକ୍ଷୱାଡା’ ପାଳିତ ହୋଇଯାଇଛି। ଏପ୍ରିଲ ୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ମେରାମଣ୍ଡଳୀ ସମେତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିହୀନତା କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ଶିଶୁ ଜନ୍ମର ପ୍ରଥମ ୧,୦୦୦ ଦିନ, ଯାହା ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ, ସେହି ସମୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ଏବଂ ପୁଷ୍ଟିସାର ସୁନିଶ୍ଚିତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ସୁଷମ ଖାଦ୍ୟର ଗୁରୁତ୍ୱ, ଗର୍ଭବତୀ ମହିଳାଙ୍କ ପାଇଁ ଆବଶ୍ୟକୀୟ ପୋଷଣ, ସ୍ତନ୍ୟପାନ ଏବଂ ଠିକ୍ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଗ୍ରହଣ କରିବା ଭଳି ଦିଗଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ମୁଖ୍ୟତଃ ଗର୍ଭବତୀ ମହିଳା, ପ୍ରସୂତି ଏବଂ ପାଞ୍ଚ ବର୍ଷରୁ କମ୍ ଶିଶୁଙ୍କ ଯତ୍ନ ନେଉଥିବା ମାଆମାନଙ୍କୁ ପୁଷ୍ଟିହୀନତା ଏବଂ ରକ୍ତହୀନତା ଭଳି ଗୁରୁତର ସମସ୍ୟାର ପ୍ରତିକାର କରିବା ପାଇଁ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା।

ଟାଟା ଷ୍ଟିଲ୍ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସରେ ମାତୃ ଓ ଶିଶୁ ପୋଷଣରେ ଉନ୍ନତି ଆଣିବା ସହ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି।

ଓଡ଼ାପଡ଼ା ବ୍ଲକର ୨୮ଟି ପଞ୍ଚାୟତରେ ଓଡ଼ାପଡ଼ା ସିଡିପିଓ ନିବେଦିତା ତ୍ରିପାଠୀଙ୍କ ନେତୃତ୍ୱରେ ଏହି ପୋଷଣ ପକ୍ଷୱାଡା ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମାତୃ ଓ ଶିଶୁ ପୋଷଣ, ମସ୍ତିଷ୍କ ବିକାଶ, ଖେଳ ମାଧ୍ୟମରେ ଶିକ୍ଷା, ପିଲାଙ୍କୁ ମୋବାଇଲ ଓ ଟିଭିଠାରୁ ଦୂରେଇ ରଖିବା ପାଇଁ ଅଭିଭାବକଙ୍କ ଭୂମିକା ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସୁଦୃଢ଼ କରିବା ଭଳି ପାଞ୍ଚଟି ପ୍ରମୁଖ ବିଷୟ ଉପରେ ଆଲୋକପାତ କରାଯାଇଥିଲା। ଏହି ଅଭିଯାନକୁ ସଫଳ କରିବାରେ ଆଶା କର୍ମୀ, ଅଙ୍ଗନବାଡିି କର୍ମୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହାୟତାରେ କୋଟମ, ଗୁଣଦେଇ, ଓଡ଼ାପଡ଼ା, ନୟାଭାଗୀରଥିପୁର, ସିମିନଇ ଏବଂ ସଦାଶିବପୁର ଭଳି ଛଅଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ସିଡିପିଓ ନିବେଦିତା ତ୍ରିପାଠୀ କହିଛନ୍ତି ଯେ, ମାତୃ ଏବଂ ଶିଶୁ ପୋଷଣ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପୋଷଣ ପକ୍ଷୱାଡା ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!