Uncategorized
ଭାରତ ରତ୍ନ ଡ଼. ବି. ଆର ଆମ୍ବେଦକର ଓ ସମର କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ପାଳିତ

ଭାରତ ରତ୍ନ ଡ଼. ବି. ଆର ଆମ୍ବେଦକର ଓ ସମର କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ପାଳିତ
ଢେଙ୍କାନାଳ : 14/04- ଆଜି ପୂର୍ବାହ୍ନରେ ଭାରତ ରତ୍ନ ଡ଼. ବି. ଆର ଆମ୍ବେଦକର ଓ ସମର କବି ବ୍ରଜ ନାଥ ବଡ଼ଜେନାଙ୍କ ଜୟନ୍ତୀ ଢେଙ୍କାନାଳରେ ମହା ସମାରୋହରେ ପାଳିତ ହେଇଯାଇଛି l ପ୍ରଥମେ ବ୍ରଜ ନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭାରତ ରତ୍ନ ଡ଼. ବି. ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଏହି ଅବବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ବୁଦ୍ଧିଜୀବୀ, ଲୋକ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଓ ଆମ୍ବେଦକର ମେମୋରିଆଲ ଫାଉଂଡେସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଇଥିଲା l

