
ଲଷ୍ମୀନାରାୟଣ କ୍ଲବର ବନମହୋତ୍ସବ ଓ ବୃକ୍ଷରୋପଣ
ଢେଙ୍କାନାଳ,୨୩/୦୭: ଢେଙ୍କାନାଳ ଜିଲ୍ଲା
ଓଡାପଡା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଂଚାୟତ ଅଧିନସ୍ଥ ମାନପୁର ଗ୍ରାମରେ ଗତବର୍ଷ ସୁବର୍ଣ୍ଣଜୟନ୍ତୀ ପାଳନ କରିଥିବା ଲଷ୍ମୀନାରାୟଣ କ୍ଲବ ଦ୍ୱାରା ଚଳିତବର୍ଷର ବନମହୋତ୍ସବ ସହିତ ସମୂହ ବୃକ୍ଷରୋପଣର ଏକ କାର୍ଯ୍ୟକ୍ରମ ଗ୍ରାମ ପରିସରରେ ମହାସମାରୋହରେ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ବିଭିନ୍ନ ଖୋଲା ସ୍ଥାନରେ ଭିନ୍ନ ଭିନ୍ନ ପ୍ରଜାତିର ବୃକ୍ଷରୋପଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଉପଜିଲ୍ଲାପାଳ ପଦ୍ମଚରଣ ସାହୁ, ସମ୍ମାନିତ ଅତିଥି ଓଡାପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲିପ କୁମାର ଷଡ଼ଙ୍ଗୀ, ମଙ୍ଗଳପୁର ସରପଞ୍ଚ କାନନାବାଳା ରାଉତ, ସମିତିସଭ୍ୟା ଅନିତା ପଟ୍ଟନାୟକ, ଜଙ୍ଗଲ ଓ ପରିବେଶ ସୁରକ୍ଷା ମଞ୍ଚ ହିନ୍ଦୋଳ ର ମୁଖ୍ୟ ତ୍ରିନାଥ ବେହେରା, ମଙ୍ଗଳପୁର ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ସାହୁ, ଏଫଇଏସ ଢେଙ୍କାନାଳର ସଭ୍ୟ ଜଗନ୍ନାଥ ନାୟକ, ବିଜୟ କୁମାର ଜେନା, ଅସିତ କୁମାର ଦେହୁରୀ, ପୂର୍ବତନ ସରପଞ୍ଚ ଅମରେଶ କୁମାର ରାଉତ, ଓଡାପଡା ବନାଞ୍ଚଳର ଫରେଷ୍ଟର ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସମେତ କ୍ଲବର ସଭ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।
କ୍ଲବ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା। ଲଷ୍ମୀନାରାୟଣ କ୍ଲବର ସଭାପତି ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କ୍ଲବର ପୂର୍ବତନ ସଭାପତି ତଥା ସମାଜସେବୀ ବିନୋଦ କୁମାର ବେହେରା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ପ୍ରଦୀପ ପ୍ରଜ୍ବଳନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତଗାନ ହୋଇଥିଲା। ସମସ୍ତ ଅତିଥିମାନଙ୍କୁ ଉପଢୌକନ ସହିତ ଏକ ଗଛଚରା ପ୍ରଦାନ କରାଯାଇଥିଲା। ସମ୍ପାଦକ ତପନ ଭୁତିଆ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗଛ ସମ୍ଭନ୍ଧିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। କ୍ଲବଦ୍ୱାରା ଏପରି କାର୍ଯ୍ୟକ୍ରମକୁ ସମସ୍ତ ଉପସ୍ଥିତ ଅତିଥି ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ । ଏହା ଏକ ଶିଳ୍ପବହୁଳ ଅଂଚଳ କାରଣରୁ ଗ୍ରାମରେ ତଥା ଅଂଚଳରେ ପରିବେଶ ସୁରକ୍ଷା, ଜଙ୍ଗଲ ନଷ୍ଟ ନକରିବା, ଅଧିକ ବୃକ୍ଷରୋପଣ କରିବା, ବାହାରେ ଓ ଘର ପରିସରରେ ଅଧିକ ଗଛ ଲଗେଇବାପାଇଁ ଜନଜାଗରଣ ସୃଷ୍ଟିକରିବା, ଗରିବ ଓ ଅବହେଳିତ ଅବସ୍ଥାରେ ରହୁଥିବା ଵୟୋବୃଦ୍ଧଦବୃଦ୍ଧା ମାନଙ୍କୁ ସମାଜରେ ସମ୍ମାନର ସହ ବଂଚିବା ପାଇଁ ସହାୟକ ହେବା, ଅଂଚଳବାସୀଙ୍କୁ ସୁଶିକ୍ଷିତ ଓ ଆତ୍ମନିର୍ଭରଶିଳ କରାଇବା ତଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବାକୁ ସମସ୍ତ ଅତିଥିମାନେ ଦିଗଦର୍ଶନ ଦେଇଥିଲେ ।