
ବାଲ୍ୟ ବିବାହ ନିରାକରଣ ସକାଶେ ସଚେତନତା ବୈଠକ
ଢେଙ୍କାନାଳ,୨୨/୦୭: ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ ସକାଶେ ଓଡ଼ପଡ଼ା ବ୍ଲକ ରତ୍ନପ୍ରଭା ପୋଡାପଡା ଠାରେ ବିଶ୍ଵ ଯୁବ କେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ ଆକ୍ସେସ୍ ଟୁ ଜଷ୍ଟିସ୍ ଫର ଚିଲ୍ଡରେନ୍ସ୍ ତରଫରୁ ମଙ୍ଗଳବାର ତା -୨୧/୦୭/୨୬ରିଖ ଦିନ ଏକ ସଚେତନତା ବୈଠକ ଅନଷ୍ଠିତ ହେଇଯାଇଛି I ଏଥିରେ ବହୁଜନ ସାଧାରଣ ଯୋଗଦେଇ ଥିଲେ । ଏହି କାର୍ଯ କ୍ରମ ର ମୁଖ୍ୟ ବିଷୟ ବସ୍ତୁ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚତନତା ବାଲ୍ୟ ବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ , ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ସାମାଜିକ କୁପରିନାମ , ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି ତଥା ସହଜୋଗିକୁଁ ଦଣ୍ଡବିଧାନ ତଥା ନିରାକରଣ ପାଇଁ ସମୁଦୟୀକ ଭୂମିକା ଉପରେ ଆଲୋଚନା ହୋଇଥିଲା। ଏହା ବ୍ୟତିତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଉପରେ ଆଲୋଚନା ହୋଇଥିଲା। ବୈଠକ ଗୁଡିକରେ ସ୍ଥାନୀୟ ୱାର୍ଡ ମେମ୍ବର, ଆଶା ଓ ଅଙ୍ଗୱାଡ଼ି କର୍ମୀ ଯୋଗଦେଇ ଏହି ପ୍ରୟାସରେ ତାଙ୍କର ଭୂମିକା ବିଷୟରେ ଜଣାଇଥିଲେ । କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ପ୍ରକଳ୍ପ ସହଯୋଗୀ ବିଦୁଲତା ଭଞ୍ଜ ଯୋଗଦେଇଥିଲେ ।