ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୦ ୟୁନିଟ୍ ରକ୍ତ ସଂଗ୍ରହ*

*ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୦ ୟୁନିଟ୍ ରକ୍ତ ସଂଗ୍ରହ*
ଢେଙ୍କାନାଳ, ୧୩।୦୪।୨୬: ଓଡ଼ିଆ ପକ୍ଷ ପାଳନ ଅବସରରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରଟି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS), ଯୁବ ରେଡକ୍ରସ୍ (YRC) ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC)ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।
ପ୍ରଭାତ ୧୦ଟା ସମୟରେ ଆୟୋଜିତ ଉଦଘାଟନୀ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣଚନ୍ଦ୍ର ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ରବର୍ଟ ଉଇଲସନ ଭାତ୍ରା, ଯୁବ ରେଡକ୍ରସ୍ ସଂଯୋଜକ ଡ଼ଃ ଭୂପେଶ ଚନ୍ଦ୍ର ସାହୁ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।
ଶିବିରରେ ଛାତ୍ରଛାତ୍ରୀ , ସ୍ୱେଚ୍ଛାସେବୀ ,ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ଏବଂ ପ୍ରେମସୁଧା ସମିତିର ସକ୍ରିୟ ସହଭାଗିତା ଦେଖାଯାଇଥିଲା ଏବଂ ମୋଟ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ମାଧ୍ୟମରେ ଜୀବନ ରକ୍ଷାର ମହତ୍ତ୍ୱ ବିଷୟରେ ଅତିଥିମାନେ ମତ ପ୍ରକାଶ କରିଥିଲେ।
ଏହିପରି ସାମାଜିକ କାର୍ଯ୍ୟକ୍ରମ ଯୁବ ସମାଜରେ ସେବାଭାବ ଓ ମାନବତାର ସନ୍ଦେଶ ପ୍ରସାର କରିବାରେ ମୂଲ୍ୟବାନ ଭୂମିକା ପ୍ରଦାନ ବୋଲି ଅଭିମତ ପ୍ରକାଶ ପାଇଥିଲା।
