Uncategorized

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମବାହାଳି କୁ ରୁଙ୍ଗଟା ଇସ୍ପାତ କାରଖାନା ଦ୍ୱାରା ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ‌ ‌ ନିବେଦନ।।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମବାହାଳି କୁ ରୁଙ୍ଗଟା ଇସ୍ପାତ କାରଖାନା ଦ୍ୱାରା ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ‌ ‌ ନିବେଦନ।।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ନିମବାହାଳି କୁ ରୁଙ୍ଗଟା ଇସ୍ପାତ କାରଖାନା ଦ୍ୱାରା ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ‌ ଚିଠି ଲେଖି ନିବେଦନ କରିଛନ୍ତି ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ। ରୁଙ୍ଗଟା ଇସ୍ପାତ କାରଖାନା ପ୍ରକଳ୍ପ ଦ୍ୱାରା ଅଧିଗ୍ରହଣ କରାଯାଉଥିବା ଗ୍ରାମରେ ଗଢି ଉଠିଥିବା ଏହି ବିଦ୍ୟାଳୟ ରେ ମେରା ମଣ୍ଡଳୀ, ଝାରବନ୍ଧ, ଗାଲ ପଡ଼ା, ତର୍କାବେଡା,କୋଠାଳୁ ଜମି ଅଧିଗ୍ରହଣ କରାଯାଉଥିବା ଗ୍ରାମର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରନ୍ତି।ଅରୁଣ,ଉଦୟ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ଓଡ଼ିଆ ରେ ଶିକ୍ଷାଦାନ କରିବା ସହିତ ପାରିପାର୍ଶ୍ବିକ ଅଞ୍ଚଳରେ, ଆଚାର, ବିଚାର, ଶୁଦ୍ଧ, ସଂସ୍କାର ଯୁକ୍ତ ଆଦର୍ଶ ଛାତ୍ର ନିର୍ମାଣ କରିବାକୁ ଲକ୍ଷ ,କୁ ବାସ୍ତବରେ ପରିଣତ କରିବାକୁ ବିଚାର କରି ଆଗେଇ ଚାଲିଛି ଏହି ବିଦ୍ୟାଳୟ। ରୁଙ୍ଗଟା ଦ୍ୱାରା ଏହି ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରାଗଲେ ଏଠାରେ ଗରିବ ପରିବାର ର ଶିଶୁ ଭାଇ ଭଉଣୀ ମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ ଜଣାଇ, ଏହି ଅଭିଯାନକୁ ଆଗାମୀ ଦିନରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଉଦ୍ୟମ କରିବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ତାଙ୍କ ର ଏହି ମହାନ ଆକାଂକ୍ଷା ଆଗାମୀ ଦିନରେ କେତେ ସଫଳତା ହାସଲ କରିପାରୁଛି ତାହା ଦେଖିବାକୁ ବାକି ରହିଲା।।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
Click to listen highlighted text!
error: Content is protected !!