
ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ବୈଠକ
ଢେଙ୍କାନାଳ,୦୨/୧୦: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ର କୁଶୁପଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ୍ସ ସହଯୋଗ ରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକ ରେ ସରପଞ୍ଚ ଶ୍ରୀମତୀ ଅନିତା ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପଞ୍ଚାୟତ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ବିଶ୍ଵ ଯୁବକେନ୍ଦ୍ର ର ପ୍ରକଳ୍ପ ସହାୟିକା ବିଦୁଲତା ଭଞ୍ଜ ସଭା କାର୍ଯ୍ୟ ଆରମ୍ଭ କରିଥିଲେ।ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ର ନିର୍ଦ୍ଦେଶ ଅନୁସାରେ ଗ୍ରାମରେ ବାଲ୍ୟ ବିବାହ ନିରୋଧ,ଶିଶୁ ସୁରକ୍ଷା,ଶିଶୁ ନିର୍ଯାତନା,ଓ ଶୋଷଣର ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗ୍ରାମ ସଭାରେ ଆଲୋଚନା ହୋଇଥିଲା।
ଶିଶୁ ମାନଙ୍କର ଶିକ୍ଷା ଓ ସୁରକ୍ଷା ପରିବାର,ଗ୍ରାମ କମିଟି,ଓ ସଂପୃକ୍ତ ବିଭାଗର ସମନ୍ୱିତ ଦାୟିତ୍ୱ ରହିବ ବୋଲି ମତ ପ୍ରକାଶ ପାଇଥିଲା।
ଗ୍ରାମରେ ଓ ପଞ୍ଚାୟତରେ ଶିଶୁ ଓ କିଶୋର ଶ୍ରମ( ନିଷେଧ ଓ ନିରାକରଣ)ଆଇନ ୧୯୮୬ ରେ ଥିବା ସମସ୍ତ ବ୍ୟବସ୍ଥା ଓ କୌଣସି ସ୍ଥାନ ବା ଅନୁଷ୍ଠାନର ଶିଶୁ ଶ୍ରମିକ ଆଇନ ର ଖିଲାପ ନଜରକୁ ଆସିଲେ ତାହା ବାରଣ କରାଯିବା ସହ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଠି ଗୋଚର କରିବାକୁ ଆଲୋଚନା ହୋଇଥିଲା |
ଶିଶୁ ଶ୍ରମିକଙ୍କୁ ଶ୍ରମ ନୁହଁ, ଶିକ୍ଷା କିପରି ମିଳିବ, ସେ ବିଷୟ ରେ ସର୍ବଦା ପ୍ରଚେଷ୍ଟା କରାଯିବା ଉପରେ ଆଲୋଚନା ହୋଇଥିଲା,
ଯାହା ଫଳରେ ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ ହୋଇପାରିବ।