
ଢେଙ୍କାନାଳ ରେ ବିଜେପି ର ବିକଶିତ ଭାରତ ସଙ୍କଳ୍ପ ସଭା ସେବା ଜ୍ୟୋତି ଯାତ୍ରା ଅନୁଷ୍ଠିତ ହୋଇଯାଇଛି।।
ଆଜି ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ବିକଶିତ ଭାରତ ସଙ୍କଳ୍ପ ସଭା ସେବା ଜ୍ୟୋତି ଯାତ୍ରା ଜିଲ୍ଲା ମିନି ଷ୍ଟାଡିୟମରେ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ରାସବିହାରୀ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ମାନଙ୍କ ମଧ୍ୟରେ ଢେଙ୍କାନାଳ ସଦର ବିଧାୟକ ତଥା ରାଜ୍ୟ ସରକାରଙ୍କ ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ପରଜଙ୍ଗ ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୁଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣି ନାୟକ, ଢେଙ୍କାନାଳ ପୈରଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଢେଙ୍କାନାଳ ଜିଲ୍ଲା ସଂଗଠନ ପ୍ରଭାରୀ ଶ୍ରୀମତୀ ସୃତି ପଟ୍ଟନାୟକ, ଜିଲ୍ଲା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପତି, ଶ୍ରୀଯୁକ୍ତ ବିଷ୍ନୁ ପ୍ରସାଦ ଲେଙ୍କା, ଶ୍ରୀଯୁକ୍ତ ମାତୃ ପ୍ରସାଦ ନନ୍ଦ ଏବଂ ସମସ୍ତ ଜିଲ୍ଲା ପଦାଧିକାରୀ ମାନେ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବା ପାଇଁ ଜିଲ୍ଲାର ସମସ୍ତ ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏହି ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ର ଜନସେବା ରୁ ଲୋକ ସେବା ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସଭା ସେବା ଜ୍ୟୋତି ଯାତ୍ରା ନାମରେ ପାଳନ କରାଯାଇ ସଙ୍କଳ୍ପ ସଭା କରା ଯାଉଛି କି ଆଗାମୀ ୨୦୪୭ ମସିହାରେ ବିକଶିତ ଭାରତ ସହିତ ବିକଶିତ ଓଡ଼ିଶା ପାଇଁ ଥିବା ସ୍ୱପ୍ନ କୁ ସଫଳ କରିବା ପାଇଁ ଏହି ସଙ୍କଳ୍ପ ସଭା ରେ ସମସ୍ତେ ସପଥ ନେଇ ତୃଣମୂଳ ସ୍ତରରେ କାର୍ଯ୍ୟ କଲେ ତାହା ବାସ୍ତବରେ ପରିଣତ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା।।