“ଖୋଲିଲା ଟାଟା ପାୱାର ର ଅସଲ ମୁଖା। “
ଖୋଲିଲା ଟାଟା ପାୱାର ର ଅସଲ ମୁଖା।
ଧର୍ମଘଟ ନିଜ କର୍ମଚାରୀ ମାନେ ବଖାଣିଲେ ବିଦ୍ୟୁତ୍ ଉପଭୋକ୍ତା ଶୋଷଣ ର ପ୍ରକୃତ ରହସ୍ୟ।।
ରାଜ୍ୟ ରେ ବିଦ୍ୟୁତ୍ ସେବା ଯୋଗାଉଥିବା ଘରୋଇ ସଂସ୍ଥା ଟାଟା ପାୱାର ସାଧାରଣ ଲୋକଙ୍କୁ ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଥିଲା ବେଳେ ବର୍ତମାନ ଟାଟା ପାୱାର ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଆଳରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି।ଏ ନେଇ କେତେକ ଜିଲ୍ଲାରେ ଧର୍ମଘଟ ଡାକରା ସମେତ ଘଟଣା ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିବା ଦେଖାଯାଏ।ଟାଟା ପାୱାର ର ବ୍ରିଟିଶ୍ ଶାସନ ଭଳି ଏହି ଶୋଷଣ କରୁଥିବା ପ୍ରକୃତ ରହସ୍ୟ ପଦାକୁ ଆସିଛି। ଖୋଦ୍ ଟାଟା ପାୱାର ରେ କାର୍ଯ୍ୟରତ କର୍ମଚାରୀ ମାନେ କରିଛନ୍ତି ଏହି ଗୁପ୍ତ ଶୋଷଣ ଓ ଲୋକମାନଙ୍କୁ ଲୁଟିବାର କେତେକ ମିଥ୍ୟା ଉପାୟ ର କାହାଣୀ।
ଖବର ରୁ ପ୍ରକାଶ ଯେ ଟାଟା ପାୱାର ସରକାର ଙ୍କ ଠାରୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଟେଣ୍ଡର ପାଇଲା ପରେ ଆଉ ଏକ ଠିକା ସଂସ୍ଥା ମାଧ୍ୟମରେ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ନେଇ ଅଳ୍ପ ପାରିଶ୍ରମିକ ଦେଇ ଲୋକମାନଙ୍କୁ ଲୁଟିବାର ବିଛାଇଥିବା ଜାଲରେ ଆଜି ସେ ନିଜେ ଛନ୍ଦି ହୋଇ ଯାଇଥିବା ଜଣା ପଡିଛି। ଶତକଡ଼ା ଶହେ ପ୍ରତିଶତ ୨୪ ଘଣ୍ଟିଆ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବାକୁ ବାଡାଉ ଥିବା ଡାଙ୍ଗୁରା ଫେଲ୍ ମାରି ତାର ଅସଲ ନିଳବର୍ଣ୍ଣ ଶୃଗାଳ ଚେହେରା ଧରା ପଡି ଯାଇଛି।ନିଜ କର୍ମଚାରୀ ମାନଙ୍କୁ ନ୍ୟାଯ୍ୟ ପାରିଶ୍ରମିକ ସୁବିଧା ସୁଯୋଗ ଦେଉ ନଥିବାରୁ କର୍ମଚାରୀ ମାନେ ଧର୍ମଘଟ ଦେଇ କାର୍ଯ୍ୟ କରୁନଥିବା ବେଳେ ଟାଟା ପାୱାର ସାଧାରଣ ଲୋକଙ୍କୁ କରୁଥିବା ଶୋଷଣ ବିଷୟରେ ଖୁଲାସା କରି ରହସ୍ୟ କୁ ସର୍ବ ସାଧାରଣ ରେ କରିଥିବା ଖୋଲାସା ରୁ ଜଣା ପଡିଛି। ଏଣୁ ତୁରନ୍ତ ଏହିଭଳି ସାଧାରଣ ଲୋକଙ୍କୁ ଲୁଟୁଥିବା ଏହି ମହାଠକ ସନ୍ଥା ଟାଟା ପାୱାର ର ଟେଣ୍ଡର ବାତିଲ କରିବା ପାଇଁ ବୁଦ୍ଧିଜୀବୀ ମାନେ ଦାବୀ କରିଥିବା ଜଣା ପଡିଛି।।