Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଲଗାଣ ବର୍ଷା ଯୋଗୁଁ ହିନ୍ଦୋଳ ବ୍ଲକ ବେଣିପଥର ଗ୍ରାମ ଜଳବନ୍ଦୀ।

ଲଗାଣ ବର୍ଷା ଯୋଗୁଁ ହିନ୍ଦୋଳ ବ୍ଲକ ବେଣିପଥର ଗ୍ରାମ ଜଳବନ୍ଦୀ। ଗ୍ରାମବାସୀ ଆତଙ୍କିତ।।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ବେଣିପଥର ଗ୍ରାମ ଜଳବନ୍ଦୀ ଅବସ୍ଥା ଦେଖି ଗ୍ରାମବାସୀମାନେ ଆତଙ୍କିତ ହୋଇ ଉଦ୍ଧାର ପାଇଁ ପ୍ରସାଶନ କୁ ଗୁହାରି କରିଥିବା ଜଣାପଡିଛି। ଲଘୁଚାପଜନିତ ବର୍ଷା ରାତି ସାରା ହୋଇଥିବା ବେଳେ ବେଣି ପଥର ଭଳି ଏକ ଛୋଟ ଗ୍ରାମ ର ଚତୁଃପାର୍ଶ୍ଵରେ ଥିବା ଜମିବାଡ଼ି ଜଳମଗ୍ନ ହେବା ଦ୍ୱାରା ଜଳସ୍ତର ବୃଦ୍ଧି ପାଇ ସମ୍ପୂର୍ଣ୍ଣ ଭାବେ ଗ୍ରାମ କୁ ଘେରି ଯାଇ ଜଳବନ୍ଦୀ ଅବସ୍ଥା ଦେଖି ଗ୍ରାମବାସୀମାନେ ଆତଙ୍କିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଏହାଦ୍ୱାରା କୈଣସି ଗ୍ରାମବାସୀ ଗାଁ ରୁ ଅନ୍ୟତ୍ର କର୍ମ ସନ୍ଥାନ, ସ୍କୁଲ କଲେଜ, ଡାକ୍ତର ଖାନା ଭଳି ଆବଶ୍ୟକ ସେବା ପାଇବାକୁ ବଞ୍ଚିତ ହୋଇଥିବା ବେଳେ ପ୍ରସାଶନ ତୁରନ୍ତ ଗ୍ରାମବାସୀ ମାନଙ୍କୁ ରିଲିଫ୍ ସହିତ ସୁରକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି। ସାଧାରଣ ଲୋକଙ୍କ ଦାବୀକୁ ପ୍ରସାଶନ କେତେ ଶିଘ୍ର ବିହିତ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଶ୍ରୀ ଯଶୋବନ୍ତ ରଣଜିତ୍ ରାୟ ଙ୍କ ରିପୋର୍ଟ “ଜନତା ଦରବାର”

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!