Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମବାହାଳି ରେ ଇଂରାଜୀ ମାଧ୍ୟମ ରେ ଶିକ୍ଷା ଆରମ୍ଭ।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମବାହାଳି ରେ ଇଂରାଜୀ ମାଧ୍ୟମ ରେ ଶିକ୍ଷା ଆରମ୍ଭ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନିମବାହାଳି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୨୦୧୨ ମସିହାରେ ସ୍ଥାପନ ହୋଇଥିଲା।ଅରୁଣ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଶିକ୍ଷା ପ୍ରଦାନ ସହିତ ଆଚାର ବିଚାର, ଶୃଙ୍ଖଳା ଓ ସୁଧ ସଂସ୍କାର ଶିକ୍ଷାଦାନ କରି ଆଦର୍ଶ ଛାତ୍ର ନିର୍ମାଣ କରିବା ବିଦ୍ୟାଳୟ ର ମୁଳ ଲକ୍ଷ ବୋଲି ସମ୍ପାଦକ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ ମତ ପ୍ରକାଶ କରିଛନ୍ତି। ବର୍ତମାନ ଏହି ଅଞ୍ଚଳରେ ରୁଙ୍ଗଟା ମାଇନ୍ସ କାରଖାନା ଗୁଡିକ ରେ ଅଣ ଓଡ଼ିଆ ଶ୍ରମିକ ଓ କର୍ମଚାରୀମାନଙ୍କ ପରିବାର ପିଲା ମାନଙ୍କୁ ଇଂରାଜୀ ଭାଷାରେ ଶିକ୍ଷା ପ୍ରଦାନ କରିବାକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷା ବର୍ଷରୁ ଇଂରାଜୀ ମାଧ୍ୟମ ରେ ଶିକ୍ଷା ପ୍ରଦାନ ଆରମ୍ଭ କରି ଅଣ ଓଡ଼ିଆ ପିଲାଙ୍କୁ ଇଂରାଜୀ ମାଧ୍ୟମ ରେ ଶିକ୍ଷା ପ୍ରଦାନ କରିବାକୁ ଏକ ବିକଳ୍ପ ଭାବେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ଅଞ୍ଚଳ ରେ ଥିବା ଗ୍ରାମ ଗୁଡିକ ର ଅଭିଭାବକ ମାନଙ୍କ ର ପିଲା ମାନଙ୍କୁ ଇଂରାଜୀ ମାଧ୍ୟମ ରେ ନିଜ ପିଲାଙ୍କୁ ପଢ଼ାଇବାକୁ ଥିବା ଆଶା ପୁରଣ କରିବାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମବାହାଳି ର ପ୍ରୟାସ କୁ ଜନ ସାଧାରଣ ସମର୍ଥନ କରୁଥିବା ଦେଖାଯାଏ। ଆଗାମୀ ଦିନରେ ଏହି ବିଦ୍ୟାଳୟ ରେ ଓଡ଼ିଆ ସହିତ ଇଂରାଜୀ ମାଧ୍ୟମ ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସମ୍ପାଦକଙ୍କ ମତ।
ଆଗାମୀ ଦିନରେ ହିନ୍ଦୋଳ ବ୍ଲକ ର ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଇଂରାଜୀ ଭାଷାରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏକ ମାତ୍ର ବିଦ୍ୟାଳୟ ଭାବରେ ପାରିପାର୍ଶ୍ବିକ ଅଞ୍ଚଳ ରେ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷା ରେ କେତେ ସେବା ଯୋଗାଇ ଦେଉଛି ତାହା ଦେଖିବାକୁ ବାକି ରହିଲା।।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!