ଖବର ଆଜିର* ତାରିଖ:୦୬/୦୪/୨୬, ସୋମବାର ##
*ଖବର ଆଜିର*
ତାରିଖ:୦୬/୦୪/୨୬, ସୋମବାର
୧-ଭୁବନେଶ୍ୱର:ପଶ୍ଚିମା ଝଡ଼ର ପ୍ରଭାବ,୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା।
୨-ରାୟଗଡ଼ା:୯୧୩ ସ୍କୁଲରେ ନାହଁ ଆବଶ୍ୟକ ଶ୍ରେଣୀଗୃହ, ଗୋଷ୍ଠୀ କେନ୍ଦ୍ର, କ୍ଲବ୍ ଘର ବାରଣ୍ଡାରେ ଚାଲିଛି ବିଦ୍ୟାଳୟ।
୩-ପିପିଲି:ଗ୍ରାହକକୁ ଲୁଟୁଛନ୍ତି ଖୁଚୁରା ଆଳୁ ବେପାରୀ,କେଜିରେ ୧୦ ଟଙ୍କା ଅଧିକ ନେଉଛନ୍ତି।
୪-ଗ୍ୟାସ ପାଇଁ ଆଉ ଟେନସନ ନାହିଁ। ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ। ଏଲପିଜି ଗ୍ୟାସର ବିକଳ୍ପ ସୋଲାର କଏଲ ଓ ଇଣ୍ଡକ୍ସନ କୁକର। ଡିସି କରେଣ୍ଟରେ ଚାଲିବ ସୋଲର ହିଟର ଓ ଇଣ୍ଡକ୍ସନ।
୫-ଭୁବନେଶ୍ୱର:ଗ୍ୟାସ କଳାବଜାରି ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ୫ କେଜି ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ବନ୍ଦ।
୬-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ସ୍ବପ୍ନ ହେଲା ଛାରଖାର୍, ଚୁକ୍ତିକୁ ବାତିଲ୍ କଲେ ରାଜ୍ୟ ସରକାର।
୭-ଆରମ୍ଭ ହେଲା ନୂଆ ଶିକ୍ଷାବର୍ଷ, ବ୍ରହ୍ମପୁରରେ ମିଳିନି ପାଠ୍ୟ ପୁସ୍ତକ, ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ।
୮-ବଡ଼ମ୍ବା ଚିନିକଳର ପୁନଃରୁଦ୍ଧାର ପାଇଁ କ୍ୟାବିନେଟର ମୋହର ପରେ ବଢ଼ିଲା ଆଶା, କାରଖାନା ଖୋଲିଲେ ଉପକୃତ ହେବେ ୯ ହଜାର ଚାଷୀ।
୯-କଳାହାଣ୍ଡି / ସମ୍ବଲପୁର:ବଜ୍ରପାତ ନେଲା ଜୀବନ; କଳାହାଣ୍ଡିରେ ମହିଳା ମୃତ, ବିବାହ ପୂର୍ବରୁ ଚାଲିଗଲା ବାପାଙ୍କ ଜୀବନ।
୧୦-ଜଳେଶ୍ୱର:ଅଭିନେତା ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି।
୧୧-ଡିଜିଟାଲ୍ ଜନଗଣନାରେ ନବୀନଙ୍କ ଯୋଗଦାନ; ଘରେ ବସି କଲେ ସ୍ୱ-ଗଣନା।
୧୨-IPL:ଚେନ୍ନାଇର ହ୍ୟାଟ୍ରିକ ପରାଜୟ, ଆରସିବିର ଲଗାତାର ୨ୟ ବିଜୟ।ଆଜି କୋଲକାତା -ପଞ୍ଜାବ ଲଢେଇ।
୧୩-ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ଡେବ୍ରିଗଡ଼; ଇକୋଟୁରିଜିମରେ ସାଜିଛି ନୂଆ ମାଇଲଷ୍ଟୋନ୍।
୧୪-ବ୍ରହ୍ମପୁରରେ ପୁଣି ଆରମ୍ଭ ହେବ ବିମାନ ସେବା, ଶେଷ ପର୍ଯ୍ୟାୟରେ ରନ୍ ୱେ ଓ ଟର୍ମିନାଲ ନିର୍ମାଣ।
୧୫-ନୂତନ ଶ୍ରମ ଆଇନ :ଘରୋଇ ସେକ୍ଟର କର୍ମଚାରୀଙ୍କ ପାଇଁ ଖୁସୀ ଖବର,ବର୍ଷେ କାମ କଲେ ବି ମିଳିବ ଗ୍ରାଚୁଇଟି।
୧୬-୧ଲକ୍ଷ କୋଟି ଟଙ୍କାର ବ୍ରାଣ୍ଡ ହେଲା Amul, ଦେଶରେ ବଢୁଛି ଡାୟରୀ ଡିମାଣ୍ଡ।
୧୭-ଦିଲ୍ଲୀ ମଦଦୁର୍ନୀତି ମାମଲା: ଆଜି ହାଇକୋର୍ଟରେ ହାଜର ହେବେ କେଜରିୱାଲ, ନିଜେ ରଖିବେ ନିଜର ତର୍କ।
୧୮-ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ: ୬୫୦ କୋଟିରୁ ଅଧିକ ଟଙ୍କାର ବେଆଇନ ସାମଗ୍ରୀ ଜବତ, ତାଲିକାର ଶୀର୍ଷରେ ପଶ୍ଚିମବଙ୍ଗ।
୧୯-ପାକିସ୍ତାନ ପରେ ନେପାଳରେ ପେଟ୍ରୋ-ଡିଜେଲ୍ ସଙ୍କଟ, ସରକାରଙ୍କ ନିଷ୍ପତ୍ତି ସପ୍ତାହରେ ଦୁଇ ଦିନ ଛୁଟି ରହିବ ଅଫିସ।
୨୦-ଇରାନକୁ ଟ୍ରମ୍ପଙ୍କ ଚେତାବନୀ, ହର୍ମୁଜ ନ ଖୋଲିଲେ ମଙ୍ଗଳବାର ସବୁ ଧ୍ଵଂସ କରି ଦେବୁ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
