Uncategorized

ଢେଙ୍କାନାଳ ସପ୍ତଶଯ୍ୟା ଠାରେ କୃଷକ ମାନଙ୍କୁ ଜୈବିକ କୃଷି ପଦ୍ଧତି ର ବ୍ୟବହାର କୈଶଳ ପ୍ରଶିକ୍ଷଣ ଓ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି।।



ଢେଙ୍କାନାଳ-:ସପ୍ତଶଯ୍ୟା ପଞ୍ଚାୟତ ଅନ୍ତର୍ଗତ ସପ୍ତଶଯ୍ୟା ପଡା ଗ୍ରାମରେ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି (FES) ଦ୍ୱାରା ଏକ କୃଷକ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ସୁସଂଘଟିତ ଓ ସଫଳତାର ସହିତ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସଚିନ ଆର୍. ଯାଦବ (ଭା.ପ୍ର.ସେ), ଆୟୁକ୍ତ ଓ ସହ-ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା, ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀଯୁକ୍ତ କାଲୁଙ୍ଗେ ଗୋରଖ ୱାମାନ,ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ କୁମାର ପାଟିଲ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପ-ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ଶ୍ରୀମତୀ ସ୍ୱପ୍ନାଶ୍ରୀ ଷଡଙ୍ଗୀ, ନିର୍ଦ୍ଦେଶିକା, ଏଫ୍‌ଇଏସ୍, ଶ୍ରୀମତୀ ମୀନା ଦାସ ମହାପାତ୍ର, ରାଜ୍ୟ ମୁଖ୍ୟ, ଏଫ୍‌ଇଏସ୍, ଶ୍ରୀ ଅଭିମନ୍ୟୁ ବେହେରା, ସରପଞ୍ଚ, ସପ୍ତଶଯ୍ୟା ସହିତ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ଏଫ୍‌ଇଏସ୍‌ର କର୍ମକର୍ତ୍ତାମାନେ ଆଦି ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ସମୟରେ ପ୍ରାକୃତିକ କୃଷି କ୍ଷେତ୍ର ପରିଦର୍ଶନ ସହ ପ୍ରାକୃତିକ ଓ ରାସାୟନିକ କୃଷି ପ୍ରଣାଳୀରେ ଚାଷ ହୋଇଥିବା ଜମିର ତୁଳନାତ୍ମକ ପର୍ଯ୍ୟବେକ୍ଷଣ କରାଯାଇଥିଲା। ଉଭୟ ପ୍ରଣାଳୀ ମଧ୍ୟରେ ଥିବା ପ୍ରକାଶ୍ୟ ପ୍ରଭେଦ ଦେଖି ଅତିଥିବର୍ଗ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରାକୃତିକ କୃଷି ପ୍ରତି ଉତ୍ସାହ ଜଣାଇଥିଲେ।
ତାପରେ, ଏଫ୍‌ଇଏସ୍‌ର ସହଯୋଗରେ ସ୍ଥାପିତ ପ୍ରାକୃତିକ ଦୈନନ୍ଦିନ ପରିବା ଦୋକାନକୁ ପରିଦର୍ଶନ କରାଯାଇ ବିକ୍ରେତାମାନଙ୍କ ସହ ସମ୍ପ୍ରତିକ ଅନୁଭବ, ବିକ୍ରୟ ପ୍ରଣାଳୀ ଓ ବଜାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପରବର୍ତ୍ତୀକାଳରେ ପତ୍ରଭାଗ ଗ୍ରାମରେ ଆୟୋଜିତ ପ୍ରାକୃତିକ ମହିଳା କୃଷକ ସମ୍ମିଳନୀରେ ଯୋଗଦେଇ ମହିଳା ଚାଷୀମାନଙ୍କ ସହ ପ୍ରାକୃତିକ କୃଷି ପ୍ରଣାଳୀ ସମ୍ବନ୍ଧରେ ସାକ୍ଷାତ୍କାର ଓ ଅନୁଭବ ବିନିମୟ କରାଯାଇଥିଲା। ଏହି ସନ୍ଦର୍ଭରେ ଏଫ୍‌ଇଏସ୍ ଓ ଉଦ୍ୟାନ ବିଭାଗର ସଂଯୁକ୍ତ ପ୍ରୟାସରେ ଗଠିତ ଏବଂ ଗ୍ରାମୀଣ ମହିଳା ଚାଷୀମାନଙ୍କ ଦ୍ୱାରା ପରିଚାଳିତ କମ୍ୟୁନିଟି ବାୟୋ-ରିସୋର୍ସ ସେଣ୍ଟରକୁ ମଧ୍ୟ ପରିଦର୍ଶନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
Click to listen highlighted text!
error: Content is protected !!