##ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ ##

ଢେଙ୍କାନାଳ, ଓଡାପଡା ବ୍ଲକ ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ବିଶ୍ୱ ଯୁବକେନ୍ଦ୍ର ସଂସ୍ଥା ଆନୁକୂଲ୍ୟରେ ଗ୍ରାମସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଅଛି | ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟିକା ବିଦୁଲତା ଭଞ୍ଜ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଳେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଲକ୍ଷରେ ଆଲୋଚନା ହୋଇଥିଲା | କୁରୁଣ୍ଟି ଗ୍ରାମର ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟ, ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସମାଜ ଦାୟିତ୍ୱବୋଧର ପରିଚୟ ପ୍ରଦାନ କରିଥିଲେ | ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ଆଲୋଚନା କରାଯାଇଥିଲା | ଅପରିପକ୍ଵ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଦେଖା ଦେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା | ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସମ୍ପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା | ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପୃକ୍ତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଦିଆଯାଇଥିଲା | ବୈଠକରେ ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ |, ଓଡାପଡା ବ୍ଲକ ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ବିଶ୍ୱ ଯୁବକେନ୍ଦ୍ର ସଂସ୍ଥା ଆନୁକୂଲ୍ୟରେ ଗ୍ରାମସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଅଛି | ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟିକା ବିଦୁଲତା ଭଞ୍ଜ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଳେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଲକ୍ଷରେ ଆଲୋଚନା ହୋଇଥିଲା | କୁରୁଣ୍ଟି ଗ୍ରାମର ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟ, ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସମାଜ ଦାୟିତ୍ୱବୋଧର ପରିଚୟ ପ୍ରଦାନ କରିଥିଲେ | ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ଆଲୋଚନା କରାଯାଇଥିଲା | ଅପରିପକ୍ଵ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଦେଖା ଦେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା | ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସମ୍ପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା | ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପୃକ୍ତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଦିଆଯାଇଥିଲା | ବୈଠକରେ ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ |