Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

##ଢେଙ୍କାନାଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ+୨ ବାଣିଜ୍ୟ ରେ କଲେଜ୍ ଟପର୍ ହେଲେ ନିମବାହାଳି ଗାଁ ର ପୁଅ ଦେବବ୍ରତ ବେହେରା।। ##

ଢେଙ୍କାନାଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ+୨ ବାଣିଜ୍ୟ ରେ କଲେଜ୍ ଟପର୍ ହେଲେ ନିମବାହାଳି ଗାଁ ର ପୁଅ ଦେବବ୍ରତ ବେହେରା।।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନିମବାହାଳି ଗ୍ରାମ ର ପିତା ଶ୍ରୀ ଅଜୟ କୁମାର ବେହେରା ମାତା ଶ୍ରୀମତୀ ସବିତା ବେହେରା ଙ୍କ ସୁ ପୁତ୍ର ଶ୍ରୀ ଦେବବ୍ରତ ବେହେରା ଗରିବ ପରିବାର ରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପାଠପଢ଼ା ରେ ତାଙ୍କର ଇଛାଶକ୍ତି ଆଗରେ ହାର ମାନିଛି ପରିବାର ର ଗରିବ ଅବସ୍ଥା। ତାଙ୍କ ର ପରିଶ୍ରମ ତାଙ୍କୁ ଆଜି ଏ ସଫଳତା ଆଣି ଦେଇଛି ସେ ମୋଟ୍ ୬୦୦ ନମ୍ବର ମଧ୍ୟରୁ ୫୬୭ ନମର ରଖିଛନ୍ତି।ପିଲା ଦିନରୁ ନିମବାହାଳି ଗାଁ ବସଷ୍ଟାଣ୍ଡରୁ ଦୈନନ୍ଦିନ ବସ୍ ଯୋଗେ ହିନ୍ଦୋଳ ଆଦର୍ଶ ବିଦ୍ୟାଳୟ କୁ ବହୁତ କଷ୍ଟ ରେ ଯିବା ଆସିବା କରି ଅଧ୍ୟୟନ କରିଥିଲେ ସେ। ତାଙ୍କର ପିତା ଘରୋଇ କମ୍ପାନୀରେ ଜଣେ ମେକାନିକାଲ ଶ୍ରମିକ ଭାବରେ କାମ କରୁଥିବା ବେଳେ ମା ଗୃହିଣୀ ଅଟନ୍ତି। ନିଜର ପୁଅ ଦେବବ୍ରତ ବେହେରା ଙ୍କୁ ପାଠ ପଢ଼ିବା ପାଇଁ ବାପା ମା ଦୁଇଜଣ ଦିନରାତି ଏକ କରି ପୁଅ ର ପାଠପଢ଼ା କୁ ସମର୍ଥନ କରିଥିବା ପରିଶ୍ରମର ଫଳ ମିଳିଛି ତାଙ୍କୁ ଆଜି।ଏହି ଖବର ପ୍ରଚାରିତ ହେବା ପରେ ନିମବାହାଳି ଗାଁ ଓ ଆଖପାଖ ଅଞ୍ଚଳରୁ ପ୍ରସଂଶା ର ସୁଅ ଛୁଟିଛି। ତାଙ୍କର ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେବ ନିଶ୍ଚିତ। ଆଜିର ଏହି ସଫଳତା ତାଙ୍କ ପରିବାର, ଗାଁ ଓ କଲେଜ୍ ପାଇଁ ଗୌରବ ଆଣିଥିବାରୁ ତାଙ୍କ ର ଏହି ନିଷ୍ଠାପର ଉଦ୍ୟମ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ମିଳିଛି। ଆଗାମୀ ଦିନରେ ତାଙ୍କର ଏହି ସଫଳତା କେଉଁ ଶିଖର ପର୍ଯ୍ୟନ୍ତ ନେଉଛି ତାହା ଦେଖିବାକୁ ବାକି ରହିଲା।

ଢେଙ୍କାନାଳ ନିମବାହାଳି ରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଯଶୋବନ୍ତ ରଣଜିତ୍ ରାୟ ଙ୍କ ରିପୋର୍ଟ:ଜନତା ଦରବାର୍ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!