Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

*ବଅଁରପାଳଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଲୋକାର୍ପିତ* –

*ବଅଁରପାଳଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଲୋକାର୍ପିତ*

– ପ୍ରକଳ୍ପ ଉଦଘାଟନ କଲେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ
– ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ କମ୍ୟୁନିଟି ସେଣ୍ଟର, କଂକ୍ରିଟ୍ ରାସ୍ତା ଏବଂ ହାଇମାଷ୍ଟ ଆଲୋକୀକରଣ ବ୍ୟବସ୍ଥା
– ଗତ ୧୦ଦିନରେ ଟିଏସ୍‌ଏଫ୍ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ, ଲୋକାର୍ପଣ ଯୋଗୁ ଲାଭାନ୍ୱିତ ହେବେ ୩୦ହଜାରରୁ ଊର୍ଦ୍ଧ୍ୱ ଲୋକ

ମେରାମଣ୍ଡଳୀ, ୨୦/୦୫/୨୦୨୬: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅଧୀନ ଗଣ୍ଠିଗାଡ଼ିଆ ଏବଂ ନୂଆହତା ଗ୍ରାମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ନିର୍ମିତ ଏକାଧିକ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଉଦଘାଟନ ହୋଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ନବନିର୍ମିତ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିଛନ୍ତି।
କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା, ଟିଏସଏଫର ଇନଫ୍ରାଷ୍ଟ୍ରକ୍‌ଚର ଲିଡ୍ ଅନନ୍ତ ପଲ୍‌, ନୂଆହତା ସରପଞ୍ଚ ରେଣୁବାଳା ଧୀର ଏବଂ ଗଣ୍ଠିଗାଡ଼ିଆ ଗ୍ରାମ ସଭାପତି ପଙ୍କଜ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।
ଗଣ୍ଠିଗାଡ଼ିଆ ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର ସହ ଗ୍ରାମକୁ ପିଡବ୍‌ଲ୍ୟୁଡି (ଚଡଊ)ମୁଖ୍ୟ ରାସ୍ତା ସହ ଯୋଡ଼ୁଥିବା ସିମେଣ୍ଟ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଛି। ଏହାସହ ଡିହ ସାହି ଗ୍ରାମରେ ହାଇମାଷ୍ଟ ଲାଇଟ୍ ଟାୱାର ସ୍ଥାପନ କରାଯାଇଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେବେ।
ଉଦଘାଟନୀ ସମାରୋହରେ ଯୋଗଦେଇ ଅତିଥିମାନେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।
ସୂଚନାଥାଉ କି, ଗତ ୧୦ଦିନ ମଧ୍ୟରେ ଟିଏସ୍‌ଏଫ୍ ପକ୍ଷରୁ ବଅଁରପାଳ, ଓଡ଼ାପଡ଼ା, ହିନ୍ଦୋଳ ବ୍ଲକରେ କଂକ୍ରିଟ ରାସ୍ତା, କମ୍ୟୁନିଟି ସେଣ୍ଟର, ଯାତ୍ରୀ ଆଶ୍ରୟସ୍ଥଳ, ସ୍କୁଲ ବିଲ୍ଡିଂ, ବିଜ୍ଞାନ ପରୀକ୍ଷାଗାର ଏବଂ ସୌରଚାଳିତ ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା ଆଦି ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ମାନ୍ୟବର ହିନ୍ଦୋଳ ବିଧାୟିକା ଶ୍ରୀମତି ସୀମାରାଣୀ ନାୟକଙ୍କ ଦ୍ୱାରା ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି। ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳର ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଲାଭାନ୍ୱିତ ହେବେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!