
ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ ଙ୍କ ମାତୃ ବିୟୋଗରେ ତାଙ୍କର ନିମବାହାଳି ସ୍ଥିତ ବାସଭବନରେ ସମବେଦନା ଜଣାଇଲେ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ କାର୍ଯ୍ୟକର୍ତ୍ତା।।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମବାହାଳି ଗ୍ରାମ ର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ ଙ୍କ ର ମାତୃ ବିୟୋଗ ଖବର ପାଇ ଆଜି ଅପରାହ୍ନ ୫ ଘଟିକା ସମୟରେ ବିଜେପି ଢେଙ୍କାନାଳ ଜିଲ୍ଲା ସାଧାରଣ ସମ୍ପାଦକ ତଥା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପତି, ଜିଲ୍ଲା ଉପସଭାପତି ତଥା ହିନ୍ଦୋଳ ବ୍ଳକ୍ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବରୁଣ କୁମାର ସର, ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଲଳିତ କୁମାର ସାହୁ,ପାରିକୁଳ ମଣ୍ଡଳ ବିଜେପି ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାରଣା ଓ ଶ୍ରୀଯୁକ୍ତ ଲଣ୍ଡା ରାଉତ, ଯୁବମୋର୍ଚ୍ଚା ସମ୍ପାଦକ ଶ୍ରୀମାନ୍ ସୁଜିତ୍ କୁମାର ବାରିକ, ଅନୁସୂଚିତ ଜାତି ମୋର୍ଚା ମଣ୍ଡଳ ସଭାପତି ଶ୍ରୀଯୁକ୍ତ ମଙ୍ଗରାଜ ନାଏକ, ପୂର୍ବତନ ବାବନ୍ଧ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ରାଉତ, ମଣ୍ଡଳ ସମ୍ପାଦକ ଶ୍ରୀମାନ୍ ଟିଟୁ ସାହୁ, ବାବନ୍ଧ ମଣ୍ଡଳ ସଭାପତି ପ୍ରେମାନନ୍ଦ ଭାଇ ଗାଲପଡା ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା, ଶ୍ରୀମାନ୍ ରାକେଶ୍ କୁମାର ଧର, ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମହାପାତ୍ର ଶ୍ରୀମାନ ଶୁନିଲ୍ ପ୍ରଧାନ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ସାହୁ ଙ୍କ ସମେତ ଅନ୍ୟ କେତେକ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସମବେଦନା ଜଣାଇଥିଲେ।
