###ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ###
ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ:
୨୭ ନଭେମ୍ବର କୁ ଜାତିସଂଘ ଦ୍ୱାରା ଘୋଷିତ ପ୍ରଥମ ଅନ୍ତର୍ଜାତୀୟ ବାଲ୍ୟ ଓ ବାଧ୍ୟତାମୂଳକ ବିବାହ ଉଚ୍ଛେଦ ଦିବସ ପାଳନ ଅବସରରେ ତଥା ଢେଙ୍କାନାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଖଡଗାପ୍ରସାଦ ପଂଚାୟତ ବଳରାମ ପ୍ରସାଦ,ଆର୍ତ୍ତାସାନ୍ତରା କାଟେଣୀ,ଘୋଡାଡିଆଁ ଗ୍ରାମ ରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇଥିଲା କ୍ୟାଣ୍ଡେଲ ମାର୍ଚ୍ଚ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେପଂଚାୟତ ନିବାହୀ ଅଧିକାରୀ ନମିଲି ନାହାକ ,ଅଙ୍ଗନାୱାର୍ଡ ସୁପରଭାଇଜର ସୁମିତା ବ୍ରହ୍ମ ବିଦ୍ୟାଳୟ ଶିକ୍ଷୟତ୍ରୀ ସେବତୀ ନାୟକ,ଅଙ୍ଗନବାଡି , ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀ, ଯୁବକ-ଯୁବତୀ ଏବଂ କିଶୋର-କିଶୋରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଏହି ମାର୍ଚ୍ଚ ମାଧ୍ୟମରେ ସାଧାରଣ ଲୋକଙ୍କୁ ବାଲ୍ୟ ବିବାହର କୁପରିଣାମ, ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ମାନସିକ ବିକାଶ ଓ ଭବିଷ୍ୟତ ଉପରେ ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା।
ଏଥିସହ ବାଲ୍ୟ ବିବାହ ରୋକିବାରେ ପରିବାର, ସମାଜ ଓ ସମସ୍ତ ଗୋଷ୍ଠୀର ସାମୂହିକ ଦାୟିତ୍ୱ ଓ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ ତଥା ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଏକଜୁଟ ହୋଇ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା ଓ ଶପଥ ପାଠ ମଧ୍ୟ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମ କୁ ବିଶ୍ଵ ଯୁବ କେନ୍ଦ୍ର ମନସ୍ମିତା ନାୟକ ଆୟୋଜନ କରିଥିଲେ




