Uncategorized

ପ୍ରଚଣ୍ଡ ତତଲା ଖରାରେ କାମକଲେ ଶ୍ରମିକ ନିଘୋଡ଼ ନିଦ୍ରାରେ ରାଜ୍ୟ ଶ୍ରମ ବିଭାଗ।।

ପ୍ରଚଣ୍ଡ ତତଲା ଖରାରେ କାମକଲେ ଶ୍ରମିକ ନିଘୋଡ଼ ନିଦ୍ରାରେ ରାଜ୍ୟ ଶ୍ରମ ବିଭାଗ।।

ରାଜ୍ୟ ସରକାର ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ କଲେଜଗୁଡିକୁ ସକାଳୁଆ କରିବା ସହିତ ରାଜ୍ୟ ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କ ରେ ଶ୍ରମିକ ମାନଙ୍କୁ ୧୧ ଟା ପରେ କାର୍ଯ୍ୟ ନ କରାଇବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲା ଝାରବନ୍ଧ ସ୍ଥିତ ରୁଙ୍ଗଟା ଇସ୍ପାତ କାରଖାନା ରେ ଏହାକୁ ଖୋଲମ ଖୋଲା ଉଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି।ଏପଟେ ଶିଳ୍ପ କାରଖାନା ଗୁଡିକ ରେ ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ଶ୍ରମ ବିଭାଗ ର ଦାୟିତ୍ୱ ହୋଇଥିବା ବେଳେ ନିଘୋଡ଼ ନିଦ୍ରାରେ ଶ୍ରମ ବିଭାଗ ପରିସ୍ଥିତି ଯୋଗୁଁ କେତେବେଳେ ନିରିହ ଶ୍ରମିକ ମାନଙ୍କ ପ୍ରତି ଅଂଶୁଘାତ ଠାରୁ ଆରମ୍ଭ କରି କେତେକ ବିପଦର କଳା ବାଦଲ ମାଡି ଆସୁଥିବାରୁ ଅସହାୟ ନିରିହ ଶ୍ରମିକ ନିରୁପାୟ। ତେଣୁ ଏହାର ତଦନ୍ତ କରି ଅମାନିଆ ରୁଙ୍ଗଟା ଇସ୍ପାତ କାରଖାନା ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜଣାଇଛନ୍ତି ଆଞ୍ଚଳିକ ଉନ୍ନୟନ ମହାସଂଘ ର ସମ୍ପାଦକ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ। ଆଗାମୀ ଦିନରେ ସରକାର ଓ ପ୍ରଶାସନ ଏଥିପ୍ରତି କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା


Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
Click to listen highlighted text!
error: Content is protected !!