
ସତ୍ୟମ୍ ଶିବମ୍ ସୁନ୍ଦରମ୍ ଡିଗ୍ରୀ ମହାବିଦ୍ୟାଳୟ ର ଶ୍ରେଣୀ ଗୃହ ବିଧାୟିକାଙ୍କ ଦ୍ଵାରା ଉଦ୍ଘାଟିତ।।
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଗଉଡ କାଟେଣୀ ସ୍ଥିତ ସତ୍ୟମ୍ ଶିବମ୍ ସୁନ୍ଦରମ୍+୩ ଡିଗ୍ରୀ ମହାବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ କୁ ଆଜି ହିନ୍ଦୋଳ ର ଲୋକପ୍ରିୟ ବିଧାୟିକା ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ ସୀମାରାଣି ନାୟକଙ୍କ ଦ୍ୱାରା ଉଦ୍ଘାଟିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ସମେତ ସମସ୍ତ କତୃପକ୍ଷ ତଥା ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କ ମଧ୍ୟରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଢେଙ୍କାନାଳ ଲୋକସଭା ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପତି, ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସହଦେଵ ପୃଷ୍ଟି, ମୋଟଙ୍ଗା ମଣ୍ଡଳ ବିଜେପି ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିପ୍ରବର ବେହେରା, ମୋଟଙ୍ଗା ମଣ୍ଡଳ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସତ୍ୟ ମିଶ୍ର, ବିଜେପି ଜିଲ୍ଲା ଅନୁସୁଚିତ ଜାତି ମୋର୍ଚା ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ନାଏକ, ବାବନ୍ଧ ମଣ୍ଡଳ ବିଜେପି ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବାନାମ୍ବର ପତି, ମୋଟଙ୍ଗା ମଣ୍ଡଳ ର ଶ୍ରୀଯୁକ୍ତ ପ୍ରଦିପ କୁମାର ସାହୁ, ବିଜେପି ରପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତରାୟ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଶ୍ରୀମାନ୍ ସୁଜିତ୍ ବାରିକ ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ସୀମାରାଣି ନାୟକ ମହାବିଦ୍ୟାଳୟ କୁ ଆଗକୁ ବଢ଼ାଇବା ପାଇଁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇ ଏହି ମହାବିଦ୍ୟାଳୟଟି ର ଛାତ୍ରଛାତ୍ରୀ ମାନେ ଦେଶବିଦେଶରେ ସୁନାମ ଅର୍ଜନ କରିବାକୁ କାମନା କରିଥିଲେ।ଆଜିର ଏହି ପ୍ରତିଶୃତି ଆଗାମୀ ଦିନରେ ମହାବିଦ୍ୟାଳୟ କୁ ଆଗକୁ ଯିବାରେ କେତେ ସହାୟକ ହେଉଛି ତାହା ଦେଖିବାକୁ ବାକି ରହିଲା।