Uncategorized

ବଡ଼ମ୍ବା ଚିନିକଳର ପୁନଃରୁଦ୍ଧାର ପାଇଁ କ୍ୟାବିନେଟର ମୋହର ପରେ ବଢ଼ିଲା ଆଶା, କାରଖାନା ଖୋଲିଲେ ଉପକୃତ ହେବେ ୯ ହଜାର ଚାଷୀ

ଗୋଟିଏ ପଟେ ବନ୍ଦ କଳ ଖୋଲିବାକୁ ପ୍ରସ୍ତୁତି ଚାଲିଥିବା ବେଳେ, ଅନ୍ୟପଟେ ୧୯୬୦ରୁ ଚାଲିଥିବା ଏସିଆର ଗର୍ବ ‘ଆସିକା ଚିନିକଳ’ ଏବେ ରୋଗିଣା। କଞ୍ଚାମାଲର ଅଭାବ, ଜଳସେଚନ ସମସ୍ୟା ଏବଂ ବନ୍ୟଜନ୍ତୁଙ୍କ ଉପଦ୍ରବ ପାଇଁ ଆଖୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ। ଯେଉଁଠି ବର୍ଷକୁ ୬ ମାସ ପେଡ଼ା ଚାଲୁଥିଲା, ଏବେ ମାସେ ବି ଚାଲିବା କଷ୍ଟକର ହୋଇପଡ଼ିଛି

ଯଦି ରାଜ୍ୟର ତିନୋଟି ଯାକ କଳ ସଫଳତାର ସହ ଚାଲିବ, ତେବେ ଓଡ଼ିଶାର ଚିନି ଆବଶ୍ୟକତା ପୂରଣ ହେବା ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ। ତେଣୁ ପୂର୍ବ ସରକାରଙ୍କ ଅବହେଳାକୁ ପଛରେ ପକାଇ ବର୍ତ୍ତମାନ ସରକାର ଶିଳ୍ପ ଓ କୃଷିର ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ସବୁଜ ସଙ୍କେତ କେବେ ବାସ୍ତବରେ କାରଖାନାର ସାଇରନ୍‌ରେ ପରିଣତ ହେଉଛି, ତାହା ଦେଖିବାକୁ ବାକି ରହିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!