Uncategorized

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେଲା ନାହିଁ :

JD Bureau 🔴 📰 ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେଲା ନାହିଁ :
ନୂଆଦିଲ୍ଲୀ: ସଂସଦର ତିନି ଦିନିଆ ବିଶେଷ ଅଧିବେଶନରେ ଆଣାଯାଇଥିବା ମହିଳା ସଂରକ୍ଷଣ ସମ୍ବନ୍ଧୀୟ ୧୩୧ତମ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହୋଇପାରିନି। ଶୁକ୍ରବାର ସନ୍ଧ୍ୟାରେ ବିଲ୍‌ଟି ସହିତ ସୀମା ନିର୍ଦ୍ଧାରଣ ସମ୍ବନ୍ଧୀୟ ତିନୋଟି ବିଲ୍‌ ଉପରେ ଭୋଟିଂ ହୋଇଥିଲା। ମୋଟ ୫୨୮ ଜଣ ସଦସ୍ୟ ଭୋଟ୍ ଦେଇଥିଲେ।
👉 ବିଲ୍ ସପକ୍ଷରେ — ୨୯୮ ଭୋଟ୍
👉 ବିପକ୍ଷରେ — ୨୩୦ ଭୋଟ୍
ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଥିଲେ।
📊 ବିଲ୍ ପାସ୍ ପାଇଁ ଆବଶ୍ୟକ ଥିଲା ୩୫୨ ଭୋଟ୍ (ଦୁଇ-ତୃତୀୟାଂଶ ବହୁମତ), କିନ୍ତୁ ୫୪ ଭୋଟ୍ କମ୍ ପଡ଼ିବାରୁ ବିଲ୍ ଖାରଜ ହୋଇଗଲା। ଏହା ପୂର୍ବରୁ ଲୋକସଭାରେ ଶାସକ ଓ ବିପକ୍ଷ ମଧ୍ୟରେ ତୀବ୍ର ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦଳକୁ ବିଲ୍ ସମର୍ଥନ କରିବାକୁ ଅନୁରୋଧ କରିଥିଲେ, ଯେତେବେଳେ ବିରୋଧୀ ଦଳ ଗମ୍ଭୀର ଆପତ୍ତି ଉଠାଇଥିଲେ #JD #WomensReservationBill #LokSabha #Parliament #IndiaPolitics #BreakingNews #PoliticalNews #WomenEmpowerment #ReservationBill #IndianParliament #

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
Click to listen highlighted text!
error: Content is protected !!