Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଓଡ଼ିଶା ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରାଥମିକ ଶିକ୍ଷା ର ମୁଳଦୁଆ ସୁଦୃଢ଼ କରିବ।।

ଓଡ଼ିଶା ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରାଥମିକ ଶିକ୍ଷା ର ମୁଳଦୁଆ ସୁଦୃଢ଼ କରିବ।।

ରାଜ୍ୟ ସରକାର ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏବଂ ବୈପ୍ଲବିକ ପରିବର୍ତ୍ତନ ଆଣିବା କୁ ରାଜ୍ୟ ର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାର ନାମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମିତ କରାଯାଇଛି। ଏହାଦ୍ୱାରା ପ୍ରାଥମିକ ଶିକ୍ଷା ର ମୁଳଦୁଆ ସୁଦୃଢ଼ ହୋଇ ପାରିବ ଏବଂ ଓଡ଼ିଶା ର ଛାତ୍ର ଛାତ୍ରୀ ମାନେ ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ହେଉଥିବା ପ୍ରବେଶିକା ପରୀକ୍ଷା ଗୁଡିକ ରେ ଏକ ଉନ୍ନତ ସ୍ତର ରେ ରାଜ୍ୟ ର ସ୍ଥାନ ରହିପାରିବ ଓ ଶିକ୍ଷାକ୍ଷେତ୍ରରେ ଓଡ଼ିଶା ର ଛାତ୍ର ଛାତ୍ରୀ ମାନେ ଜାତୀୟ ସ୍ତରରେ ଅନ୍ୟ ରାଜ୍ୟ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ପ୍ରତି ଯୋଗିତା କରିବାକୁ ସକ୍ଷମ ହେବେ। ବର୍ତମାନ ରାଜ୍ୟ ର ଗ୍ରାମାଞ୍ଚଳରେ କେତେକ ଅଭିଭାବକ ନବୋଦୟ ବିଦ୍ୟାଳୟ ରେ ନିଜର ପିଲା କୁ ପଢ଼ାଇବା ପାଇଁ ଉତ୍ସାହିତ ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଦୂର୍ବଳ ପ୍ରାଥମିକ ଶିକ୍ଷାଦାନ କରି ନବୋଦୟ ଭଳି ଇଂରାଜୀ ମାଧ୍ୟମ ରେ ଅଧୟନ କରି ନିଜକୁ କେତେ ମେଧାବୀ ଛାତ୍ର ଛାତ୍ରୀ ଭାବରେ କୃତକାର୍ଯ୍ୟ କରିପାରୁଛନ୍ତି ତାହା ଆଗାମୀ ଦିନରେ ଜଣା ପଡିବ। ପ୍ରଥମିକ ଶିକ୍ଷା ସୁଦୃଢ଼ ନଥିବା ଛାତ୍ର ଛାତ୍ରୀ ମାନଙ୍କୁ କୈଣସି ନାଁ କୈଣସି ଉପାୟ ରେ ନବୋଦୟ ବିଦ୍ୟାଳୟ ରେ ନାମ ଲେଖାଇଦେବା ଯେଉଁ ନିଶା ଅଭିଭାବକ ମାନଙ୍କୁ ଘାରିଛି ଛାତ୍ର ଛାତ୍ରୀ ମାନଙ୍କ ଆଗାମୀ ଫଳାଫଳ ପାଇଁ କିଏ ‌ଶ୍ରେହ ନେବେ ତାହା ଅଭିଭାବକ, ଛାତ୍ର ଛାତ୍ରୀ ନା ନବୋଦୟ ବିଦ୍ୟାଳୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ଖବର କୈଣସି ଅଭିଭାବକ, ଛାତ୍ର ଛାତ୍ରୀ ମାନଙ୍କ ର ଇଛା ସମ୍ମାନ ମନୋଭାବ କୁ ନିରାଶ କରିବା ଉଦ୍ଦେଶ୍ୟରେ ଖବର ପ୍ରକାଶ କରାଯାଉ ନାହିଁ। ବରଂ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ର ଛାତ୍ର ଛାତ୍ରୀ ମାନଙ୍କ ର ବିଭିନ୍ନ ମେଧାବୀ ପରୀକ୍ଷାରେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ର ସ୍ଥାନ ପଛୁଆ ଥିବା କୁ ନେଇ ଶିକ୍ଷା କ୍ଷେତ୍ରରେ ଏକ ସଚେତନତା ବାର୍ତ୍ତା ଦିଆ ଯାଉଛି। ଶିକ୍ଷା କ୍ଷେତ୍ରରେ ଏହି ସଚେତନତା ବାର୍ତ୍ତା ଆଗାମୀ ଦିନରେ କେତେ ପରିବର୍ତ୍ତନ ଆଣି ପାରୁଛି ତାହା ଦେଖିବାକୁ ବାକି ରହିଲା।।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!