Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ରେ ହନ୍ତସନ୍ତ ମହିଳା ଭୋଟର।।

ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ରେ ହନ୍ତସନ୍ତ ମହିଳା ଭୋଟର।।।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଶହଶହ ମହିଳା ଭୋଟର ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ବିଏଲ୍ ମାନେ ସଠିକ୍ ତଥ୍ୟ ସଂଗ୍ରହ ବା ଉପସ୍ଥାପନ କରିବା ରେ ଅବହେଳା ଏବଂ କେତେକ ଭୋଟର ମାନଙ୍କ ୨୦୦୨ ଭୋଟର ତାଲିକା ର ତଥ୍ୟ ମେଳ ନ ଖାଇବାକୁ ନେଇ ଆଜି ହିନ୍ଦୋଳ ତହସିଲଦାର ଙ୍କ ଦ୍ଵାରା ନୋଟିସ ଜାରି କରାଯାଇ ବିଚାର ପାଇଁ ଡାକିଥିବା ଯୋଗୁଁ ମହିଳା ଭୋଟର ମାନେ ତହସିଲଦାର ଙ୍କ କାର୍ଯ୍ୟାଳୟରେ ଧାଡ଼ି ମାଧ୍ୟମରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ତେଣୁ ହିନ୍ଦୋଳ ବ୍ଳକ୍ ଭଳି ହାତୀ ପ୍ରବଣ ଅଞ୍ଚଳରେ ବିଭିନ୍ନ ଗ୍ରାମର ମହିଳାମାନେ ବିଏଲ୍ ମାନଙ୍କ ଠିକ୍ ତଥ୍ୟ ଦିଆଯାଇନଥିବା କାରଣରୁ ହନ୍ତସନ୍ତ ହେବାକୁ ପଡ଼ିଛି। ଜାଣିଶୁଣି ଏହିଭଳି ସାଧାରଣ ଭୋଟର ମାନଙ୍କୁ ହଇରାଣ କରୁଥିବା ବିଏଲ୍ ମାନଙ୍କ ପ୍ରତି ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ଅଧିକାରୀ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!