ଓଡ଼ିଶାରେ ଶାଳ ମଞ୍ଜି ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି।
ଓଡ଼ିଶାରେ ଶାଳ ମଞ୍ଜି ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି।
ବର୍ତମାନ ଓଡ଼ିଶାର ବିଭିନ୍ନ ଜିଲାର ଜଙ୍ଗଲ ଗୁଡ଼ିକରେ ଥିବା ଶାଳ ଗଛର ମଞ୍ଜି ଗୁଡିକ ସଂଗ୍ରହ କରିବାର ପ୍ରକୃତ ସମୟ। ବର୍ଷା ଦିନ ପୂର୍ବରୁ ଲୋକମାନେ ଏହି ମଞ୍ଜି ସଂଗ୍ରହ କରି ବିକ୍ରୟ କରିଥାନ୍ତି।ଏହି ମଞ୍ଜି ଗୁଡ଼ିକ ବିଶେଷ କରି ପଶ୍ଚିମ ଓଡିଶାର ଜିଲ୍ଲା ଗୁଡ଼ିକ ର ଜଙ୍ଗଲ ଗୁଡ଼ିକରେ ବହୁଳ ପରିମାଣରେ ମିଳିଥାଏ।ଓଡିଶା ର ଅନ୍ୟ ଜିଲ୍ଲା ମାନଙ୍କ ର ସଂରକ୍ଷିତ ଜଙ୍ଗଲ, ଗାଁ ପାହାଡ଼ ତଳ ଜଙ୍ଗଲ,ରାଜପଥ ଦୂଇ ପାର୍ଶ୍ୱରେ ଥିଵା ଶାଳ ଜଙ୍ଗଲ ରୁ କେତେକ ଲୋକମାନେ ମଞ୍ଜି ସଂଗ୍ରହ କରି ବିକ୍ରୟ କରି ବେଶ୍ ଲାଭବାନ ହୋଇଥାନ୍ତି।ଏହି ଶାଳ ମଞ୍ଜି ରୁ ବନସ୍ପତି ଘିଅ,ସାବୁନ୍,କସ୍ ମେଟିକ୍ ଇତ୍ୟାଦି ତିଆରି ହେଉ ଥିବାରୁ ଶାଳ ମଞ୍ଜି ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଆଗାମୀ ଦିନମାନଙ୍କରେ ଏହି ମଞ୍ଜି ସଂଗ୍ରହ ଦ୍ୱାରା ପ୍ରଭାବିତ ହୋଇ ଜଙ୍ଗଲ ନିକଟର ଲୋକମାନଙ୍କ ପାଇଁ ଏକ ରୋଜଗାର ପନ୍ଥା ସୃଷ୍ଟି କରିବାର ସମ୍ଭାବନା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଏହା କେତେଦୂର ଜଙ୍ଗଲ ପାଖ ବସ୍ତି, ଗାଁ ଲୋକମାନଙ୍କର ରୋଜଗାର ପନ୍ଥା ସୃଷ୍ଟି କରିବାର ସମ୍ଭାବନା କୁ କେତେ ଦୂର ଆଗେଇ ନେଉଛି ତାହା ଦେଖିବାକୁ ବାକି ରହିଲା।।