Uncategorized

#ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଗ୍ରୀଷ୍ମ ଛୁଟି ଘୋଷଣା କଲେ ରାଜ୍ୟ ସରକାର #

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଗ୍ରୀଷ୍ମ ଛୁଟି ଘୋଷଣା କଲେ ସରକାର। ଏହି ଦିନଠାରୁ ସ୍କୁଲ ଯିବେନାହିଁ ଆଉ ଛାତ୍ରଛାତ୍ରୀ। ବର୍ତ୍ତମାନ ଗ୍ରୀଷ୍ମ ଋତୁର ପ୍ରଭାବ ସାରା ଭାରତରେ ଦେଖାଇବା ଆରମ୍ଭ କଲାଣି । ପ୍ରଚଣ୍ଡ ହେଲାଣି ଖରା । ସକାଳୁ ସକାଳୁ ଘରୁ ବାହାରିବା ବି ମୁସ୍କିଲ ହୋଇଯାଉଛି । ଗତ ମାର୍ଚ୍ଚ ମାସରୁ ଗ୍ରୀଷ୍ମର ତୀବ୍ରତା ବୃଦ୍ଧି ପାଇଥିବାବେଳେ ଏବେ ବେଳକୁ ବେଳ ଏହା ତୀବ୍ର ହେବାରେ ଲାଗିଛି । ସେପଟେ ତୀବ୍ର ଗ୍ରୀଷ୍ମ ତାପ ଓ ଲୁର ପ୍ରଭାବକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ବଡ଼ ସିଦ୍ଧାନ୍ତ ନେଇଛନ୍ତି।ସମୀକ୍ଷା ପରେ କେଉଁ ଜିଲ୍ଲାରେ କେବେ ଓ କେତେଦିନ ପାଇଁ ଖରାଛୁଟି ଘୋଷଣା କରାଯିବ ସେଥିରେ ସ୍ପଷ୍ଟତା ଆସିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏହା ସହିତ SRCଙ୍କ ଦ୍ୱାରା ହିଟ୍‌ ୱେଭ୍‌ ସମୀକ୍ଷା ପରେ ହିଁ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସୂଚନା ମିଳିଛି। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପିଲାମାନଙ୍କ ସୁରକ୍ଷା ସରକାରଙ୍କ ପାଇଁ ସର୍ବପ୍ରଥମ ପ୍ରାଥମିକତା। ଏହିପରି ପରିସ୍ଥିତିରେ ତାପମାତ୍ରା ଓ ହିଟ୍‌ ୱେଭ୍‌ର ପ୍ରଭାବକୁ ଧ୍ୟାନରେ ରଖି ଯଥୋଚିତ ପଦକ୍ଷେପ ନିଆଯିବ। ସେ କହିଛନ୍ତି ଯେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ଅଟେ । ଏହି ପରିସ୍ଥିତିକୁ ମନରେ ରଖି ଛତିଶଗଡ଼ ସରକାର ସ୍କୁଲମାନଙ୍କ ପାଇଁ ଗ୍ରୀଷ୍ମ ଅବକାଶକୁ ପୂର୍ବରୁ ଘୋଷଣା କରିଛନ୍ତି

ଏବେ ୨୦ ଏପ୍ରିଲରୁ ୧୫ ଜୁନ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଛୁଟି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢ଼ୁଛି ଏବଂ ଲୁର ପ୍ରଭାବ ମଧ୍ୟ ଗୁରୁତର ହେଉଛି। ଏହିପରି ସମୟରେ ଛୋଟ ଛୋଟ ଶିଶୁମାନଙ୍କୁ ସ୍କୁଲକୁ ପଠାଇବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀମାନେ ତିବ୍ର ଗ୍ରୀଷ୍ମ ତାପରୁ ରକ୍ଷା ପାଇପାରିବେ ଓ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରହିବ ବୋଲି ଆଶା କରାଯାଉଛି।

.ଓଡ଼ିଶାରେ କେବେଠୁ ଛୁଟି?

ସେପଟେ ଓଡ଼ିଶାରେ ପିଲାମାନଙ୍କୁ ପ୍ରବଳ ଗରମରୁ ଆଶ୍ୱସ୍ତି ଦେବା ପାଇଁ ବର୍ତ୍ତମାନ ସକାଳୁଆ ସ୍କୁଲ୍ ଚାଲିଛି । ଆଗକୁ କେବେ ଛୁଟି ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଓଡ଼ିଶାରେ ବଢ଼ୁଥିବା ତୀବ୍ର ଗରମକୁ ଦୃଷ୍ଟିରେ ରଖି ଖରାଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୟାନ ଆସିଛି। ସରକାର କହିଛନ୍ତି ଯେ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ଏକ ଧରଣର ନିଷ୍ପତ୍ତି ନେବା ପ୍ରତ୍ୟେକ ସ୍ଥିତିରେ ସମ୍ଭବ ନୁହେଁ, ତେଣୁ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ସମ୍ପର୍କିତ ନିଷ୍ପତ୍ତି ନିଆଯିବ। ସରକାରଙ୍କ ଅନୁସାରେ, ଯେଉଁ ଜିଲ୍ଲାମାନଙ୍କରେ ଅସହ୍ୟ ଗରମ ଓ ଲୁର ପ୍ରଭାବ ବେଶି ରହିଛି, ସେଠାରେ ଜିଲ୍ଲାପାଳଙ୍କ ମତାମତ ଓ ସ୍ଥିତି ରିପୋର୍ଟକୁ ଧ୍ୟାନରେ ରଖି ଖରାଛୁଟି ଘୋଷଣା କରାଯିବ। ବିଶେଷକରି ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ବେଶି ଥିବାରୁ ସରକାର ଏହାକୁ ଗୁରୁତ୍ୱ ସହ କଳ୍ପନା କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!