Uncategorized

##ଢେଙ୍କାନାଳ ରେ JSW POSCO ର ବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଚୁକ୍ତି ସ୍ୱାକ୍ଷରିତ। ଖଡ୍ଗ ପ୍ରସାଦ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।##

"Ground zero report of village "

ଢେଙ୍କାନାଳ ରେ JSW POSCO ର ବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଚୁକ୍ତି ସ୍ୱାକ୍ଷରିତ। ଖଡ୍ଗ ପ୍ରସାଦ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖଡ୍ଗ ପ୍ରସାଦ ଓ କୁରୁଣ୍ଟି, ୧୨ ଶହ ଏକର ଜମି ରେ ଏକ ପାୱାର ପ୍ଲାଣ୍ଟ ନିର୍ମାଣ କରିବାକୁ ଲାନ୍ କୋ ପାୱାର କମ୍ପାନୀ ପକ୍ଷରୁ ୨୦୦୯ ମସିହାରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଏବଂ ଜମି ଅଧିଗ୍ରହଣ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ କିଛି ବର୍ଷ ମଧ୍ୟରେ କମ୍ପାନୀ ଦେବାଳିଆ ଘୋଷିତ ହୋଇଥିବା ବେଳେ ଅଧିଗ୍ରହଣ କରାଯାଉଥିବା ଜମି ଲାନ୍ କୁ ରୁଣ ଦେଇଥିବା ବ୍ୟାଙ୍କ୍ ନିଲାମ୍ କରିଥିବା ବେଳେ ଜମିହରା ପ୍ରଜା ମାନଙ୍କ ମନରେ ଥିବା କାରଖାନା ର ସ୍ୱପ୍ନ ଅଧୁରା ରହିଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଜମିରେ JSW କମ୍ପାନୀ ଶିଳ୍ପ କାରଖାନା ସ୍ଥାପନ କରିବା ପାଇଁ ସରକାରଙ୍କ ପାଖରେ ଚୁକ୍ତି ସ୍ୱାକ୍ଷରିତ କରିଥିବା ବେଳେ ଜମିହରା ମାନଙ୍କ ମଧ୍ୟରେ ଶିଳ୍ପ କାରଖାନା ସ୍ଥାପନ ସହିତ ନିଯୁକ୍ତି, ରୋଜଗାର ପନ୍ଥା ସୃଷ୍ଟି ହେବାର ସମ୍ଭାବନା ର ସବୁଜ ପରିବେଶ ସୃଷ୍ଟି ହେବାର ଆଶା ସଞ୍ଚାର ହୋଇଥିଲା ଏବଂ ଏହା ପାରିପାର୍ଶ୍ବିକ ଅଞ୍ଚଳରେ ଶତକଡା ୯୫ ପ୍ରତିଶତ ଜନ ସାଧାରଣଙ୍କ ପାଇଁ ଏକ ଖୁସି ପରିବେଶ ଆଣିଦେଇଥିବା ବେଳେ ହଠାତ୍ କାରଖାନା କୁ ସ୍ଥାପନ କରାଇ ଦିଆ ନଯିବା ପାଇଁ ଏକ ଛୋଟ ଆନ୍ଦୋଳନ ମୁଣ୍ଡ ଟେକିଥିଲା ଏବଂ ତାହା ଧିରେ ଧିରେ ଅଦାଲତ ପର୍ଯ୍ୟନ୍ତ ଯାଇଥିଲା। ଅଦାଲତରେ ଶିଳ୍ପ କାରଖାନା ସ୍ଥାପନ କରିବା ର ଚୁକ୍ତି ସ୍ୱାକ୍ଷର କାଏମ୍ ରହିଥିବା, ବର୍ତମାନ ଏହି ସୁଯୋଗ କୁ ନେଇ ଦକ୍ଷିଣ କୋରିଆ ର POSCO କମ୍ପାନୀ JSW ସହିତ ମିଶି ଏକ ଭାଗିଦାରୀ ଭାବରେ ୩୫ ହଜାର କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଙ୍କ ଠାରେ ଚୁକ୍ତି ସ୍ୱାକ୍ଷର କରିବା ଫଳରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘଦିନ ଧରି ଲୋକମାନଙ୍କ ମନରେ ଥିବା ଆଶଙ୍କା ଦୂର ହେବା ସହିତ ଜମିହରାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଥିବା କାରଣରୁ ସମଗ୍ର ପାରିପାର୍ଶ୍ବିକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ଏହି କାରଖାନା ପ୍ରତିଷ୍ଠା ହେଲେ ସମଗ୍ର ପାରିପାର୍ଶ୍ବିକ ଅଞ୍ଚଳରେ ଥିବା ଗାଁ ର ଲୋକମାନେ ଘର ପାଖରେ ନିଯୁକ୍ତି,ଠିକାଦାରୀ, ଶ୍ରମିକ, ବ୍ୟବସାୟ ଇତ୍ୟାଦି ରେ ନିଜକୁ ନିୟୋଜିତ କରି ପରିବାର ର ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବା ସହିତ ପାରିପାର୍ଶ୍ବିକ ଅଞ୍ଚଳରେ ବିକାଶ ର ଧାରା କୁ ପରୋକ୍ଷ, ଭାବରେ ଆଗକୁ ନେଇ ପାରିବେ ଏଥିରେ କୈଣସି ସନ୍ଦେହ ନାହିଁ। ପାରିପାର୍ଶ୍ବିକ ଅଞ୍ଚଳରେ ଖୁସିର ଲହରୀ ଖେଳେଇ ଦେଇଥିବା ଏହି ଭାଗୀଦାରି କମ୍ପାନୀ ଦ୍ୱୟ ଆଗାମୀ ଦିନରେ ପାରିପାର୍ଶ୍ବିକ ଅଞ୍ଚଳରେ ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ପାଇଁ କେତେ ସହାୟକ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
Click to listen highlighted text!
error: Content is protected !!