Uncategorized

#ମମତା ଙ୍କ ମମତା ଆଜି ର ନାରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ।।#

ମମତା ଙ୍କ ମମତା ଆଜି ର ନାରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ।।

ଆଜି ର ସଭ୍ୟ ସମାଜ ଆଧୁନିକତା ରେ ଯେତିକି ଆଗେଇଲେ ମଧ୍ୟ ପୁତ୍ର ସନ୍ତାନ ଙ୍କ ସହ କନ୍ୟା ସନ୍ତାନ ଙ୍କୁ ସମାନ ଭାବରେ ଦେଖିବାକୁ କେତେକ ଙ୍କ ମଧ୍ୟରେ କୁଣ୍ଠାବୋଧ ହେଉଥିବା ପରିଲକ୍ଷିତ ହୁଏ। ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତି ଙ୍କ ର ଗୋଟିଏ ପୁଅ ଓ ଗୋଟିଏ ଝିଅ ସେ ବଜାର ରୁ ଆଣିଥିବା ପାଞ୍ଚଟି ଫଳ ମଧ୍ୟରୁ ତିନୋଟି ପୁଅ କୁ ଓ ଦୁଇଟି ଝିଅ କୁ ଦିଅନ୍ତି। ପୋଷାକ କ୍ରୟ କଲେ ପୁଅକୁ ଏକ ହଜାର ଟଙ୍କା ଝିଅ ପାଇଁ ପାଞ୍ଚଶହ ଟଙ୍କା ଖର୍ଚ ଭଳି କେତେକ କ୍ଷେତ୍ରରେ ଝିଅ ମାନଙ୍କୁ ପୁଅ ମାନଙ୍କ ସହିତ ତୁଳନା ନ କରିବା ଏକ ପ୍ରକାର ଭୁଲ୍ କରି ବସୁଛି ମଣିଷ। କିଛି କିଛି ପରିବାର ରେ ଝିଅ ମାନଙ୍କୁ ପୁଅ ଭଳି ଉଚ୍ଚଶିକ୍ଷା ପାଠ ପଢ଼ିବା ପାଇଁ ପ୍ରେରଣା ନଦେଇ ଝିଅ ଜନମ ପର ଘରକୁ ବୋଲି କହି ଖସି ଯାଆନ୍ତି। କଥାରେ ଅଛି ଯେଉଁ ଠି ନାରୀ,ଶିକ୍ଷିତ ଓ ସୁରକ୍ଷିତ ସେହି ଅଞ୍ଚଳ ବା ପରିବାର ସେତିକି ଶୃଙ୍ଖଳିତ, ସୁଦୃଢ଼। ବର୍ତମାନ ପରିସ୍ଥିତିରେ ଉପରୋକ୍ତ ଭୁଲ୍ ମାନସିକତା ର ଅଭ୍ୟାସ ରେ ପଡି ଆଜିର ସଭ୍ୟ ସମାଜ ଆଧୁନିକତା ର ରଙ୍ଗିନ୍ ଚଦର ମଧ୍ୟରେ ଯେଉଁ ଭୁଲ୍ ରାସ୍ତାରେ ଯାଉଛି ଏହାକୁ ବେଳ ଥାଉଁ ଥାଉଁ ରୋକା ନଗଲେ ଧିରେ ଧିରେ ମାନବ ସମାଜ ଲୋପ୍ ପାଇଯିବ ଏଥିରେ କୈଣସି ସନ୍ଦେହ ନାହିଁ।କାରଣ ମଣିଷ ସଵୁ ଦିନ କନ୍ୟା ଭୃଣ ହତ୍ୟା କରିବାରେ ବ୍ୟସ୍ତ,ସମାଜରେ ପୁଅ ଜନ୍ମ ହେଲେ ଘରେ ମିଠା ବଣ୍ଟା ଝିଅ ଜନ୍ମ ହେଲେ ଘରେ ରୋଷେଇ ବନ୍ଦ୍ ଭଳି ପରିସ୍ଥିତି ଯୋଗୁଁ ଆଜି ହଜାରେ ପୁଅ ରେ ଆଠଶହ ଝିଅ ମାନବ ସମାଜ ଲୋପ୍ ପାଇବାର ଏକ ପ୍ରାରମ୍ଭିକ ଲକ୍ଷଣ ପରିଲକ୍ଷିତ ହୋଇଛି। ବର୍ତମାନ ଏହି ଭଳି ବ୍ୟବସ୍ଥା ପରିବର୍ତ୍ତନ କରି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତ ଝିଅ ପୁଅ ଭଳି ପାଠ ପଢିବେ ଏବଂ ଆଗକୁ ବଢ଼ିବେ ଅଭିଯାନ ଆରମ୍ଭ କରିଛନ୍ତି ସୁଦୁର ମାଲକାନଗିରି ଜିଲ୍ଲା ମାଥିଲି ରେ ଜନ୍ମଗ୍ରହଣ କରିଥିବା ଏବଂ କୋରାପୁଟ ରେ ରହୁଥିବା ମହିଳା ସମାଜସେବୀ ତଥା ପ୍ରତିମା ଅମ୍ବିକା ଟ୍ରଷ୍ଟ ର ଚେୟାର ମ୍ୟାନ ଶ୍ରୀମତୀ ମମତା ବେହେରା। ଯାହାକୁ ମାଲକାନଗିରି ଅଞ୍ଚଳରେ ମମତା ମା ବୋଲି କେତେକ ସ୍ଥାନରେ ଡାକିଥାନ୍ତି।ସେ ୧୯୯୭ ମସିହା ରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାଠ ଛାଡି ବୁଲୁଥିବା ପିଲା ମାନଙ୍କୁ ବିଦ୍ୟାଳୟ କୁ ନେଇ ଭର୍ତ୍ତି କରିବା, ପରିଷ୍କାର ପରିଚ୍ଛନ୍ନତା,ଭଲ ପୋଷାକ ପିନ୍ଧି ଖେଳ, କୁଦ, ଓ ପାଠପଢ଼ିବା ପାଇଁ ସେମାନଙ୍କ ବସ୍ତିକୁ ଯାଇ ସେମାନଙ୍କ ସହିତ ମିଶି ଏହି କଷ୍ଟସାଧ୍ୟ କାର୍ଯ୍ୟ କରିଚାଲିଛନ୍ତି ଏବଂ ବିଶେଷକରି ଝିଅ ମାନଙ୍କୁ ଆଗକୁ ପଢ଼ିବା ଏବଂ ବଢ଼ିବା ଭଳି ଅଭିଯାନରେ ସାମିଲ ହୋଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଉଣ୍ଟି ଆଣିଛନ୍ତି ବହୁତ ସମ୍ମାନ, ପ୍ରମାଣପତ୍ର, ପୁରସ୍କାର ଇତ୍ୟାଦି। କନ୍ୟା ସନ୍ତାନ ଜନ୍ମ ଓ ପାଠ ପଢି ପୁତ୍ର ସନ୍ତାନ ତାଙ୍କ ଠାରୁ ଆଗକୁ ଗଲେ ଏ ସମାଜ ଆଗକୁ ଯିବ ବୋଲି ତାଙ୍କ ର ସ୍ୱର ନାରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ ପାଲଟି ଯାଇଛି।ଆଜି ର ନାରୀ ଓ ସଭ୍ୟ ସମାଜ ଏଥିପ୍ରତି ଦୃଷ୍ଟି ଦେଇ ଧ୍ବଂଶ ମୁହାଁ ମାନବ ସମାଜ କୁ ରୋକିବାକୁ ପ୍ରେରଣା ପାଇ କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ପାଦକୀୟ: ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ ,ନିମବାହାଳି, ଢେଙ୍କାନାଳ, ଓଡ଼ିଶା।।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!