##ହିନ୍ଦୋଳ ତହସିଲ ରେ ମିଳୁନି ବସୁନ୍ଧରା ଯୋଜନାରେ ଗୁଣ୍ଠ କିଆ ଘରଡ଼ିହ ଲିଜ୍ ଜମିର ଟ୍ରେସ୍ ମ୍ୟାପ୍ ,ଜମି ଚିହ୍ନଟ ରୁ ବଞ୍ଚିତ ଗରିବ ହିତାଧିକାରୀ ##

ହିନ୍ଦୋଳ ତହସିଲ ରେ ମିଳୁନି ବସୁନ୍ଧରା ଯୋଜନାରେ ଗୁଣ୍ଠ କିଆ ଘରଡ଼ିହ ଲିଜ୍ ଜମିର ଟ୍ରେସ୍ ମ୍ୟାପ୍ ,ଜମି ଚିହ୍ନଟ ରୁ ବଞ୍ଚିତ ଗରିବ ହିତାଧିକାରୀ।।
ଓଡ଼ିଶା ସରକାରଙ୍କ ବନ୍ଦୋବସ୍ତ ବିଭାଗ ପକ୍ଷରୁ ୧୯୭୨ ମସିହା ଠାରୁ ହିନ୍ଦୋଳ ତହସିଲ ରେ ଆରମ୍ଭ ହୋଇଥିଲା ଜମିଜମା ବନ୍ଦୋବସ୍ତ। ଏଥିରେ ହିନ୍ଦୋଳ ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ୱ ମୈଜା ର ସୀମା ନିର୍ଦ୍ଧାରଣ ସମେତ ଗ୍ରାମ୍ୟ ଜଙ୍ଗଲ,ଗୋଚର, ଆବାଦ୍ୟ ଯୋଗ୍ୟ ଅନାବାଦୀ, ଶ୍ମଶାନ,ପତିତ,ଜଳାଶ୍ରୟ, ଉର୍ନତି ଯୋଜନା ଯୋଗ୍ୟ, ରକ୍ଷିତ, ସରକାରୀ, ଦଣ୍ଡା, ରାସ୍ତା,ପଥରଭାଡା,ବାଲିପସିଆ, ଭଗବତ,ପିଢ,ଖେଳ ପଡ଼ିଆ,ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ ପାଇଁ ଜମି ଚିହ୍ନଟ କରିବା ବ୍ୟତୀତ ଘରୋଇ ପ୍ରଜା ମାନଙ୍କ ର ଗାଁ ବସ୍ତି ଠାରୁ କୋଠଘର ପର୍ଯ୍ୟନ୍ତ ଜମି କୁ ଅଲଗା ଅଲଗା ଭାବରେ ଚିହ୍ନିତ କରିବା ଏବଂ ପ୍ରତି ଲୋକଙ୍କ ର ଦଖଲ ଅନୁଯାଇ ଜମିଜମାକୁ ବନ୍ଦୋବସ୍ତ ଅଧିକାରୀ ଙ୍କ ଅଦାଲତରେ ପଟା ବଣ୍ଟନ କରାଯିବା ସହିତ ଉକ୍ତ ଜମିର ଗାଁ ନକ୍ସା ରେ ସ୍ଥାନିତ ହୋଇଥିଲା।ସେହି ସମୟରେ ଘରଡ଼ିହ ନଥିବା ଗରିବ ପରିବାର ବର୍ଗଙ୍କୁ ବସୁନ୍ଧରା ଯୋଜନାରେ ଗୁଣ୍ଠେ ଲେଖାଏଁ ଘରଡ଼ିହ ବା ଘରବାରି କିସମ ର ଜମି ପଠା ପ୍ରଦାନ କରାଯାଇଥିଲା। ବର୍ତମାନ ଉକ୍ତ ଜମିକୁ ଚିହ୍ନଟ ପାଇଁ ପଜା ମାନେ ଦରଖାସ୍ତ କରି ଅସଫଳ ହେଉଥିବା ଦେଖା ଦେଇଛି। ଏହାର କାରଣ ହିନ୍ଦୋଳ ତହସିଲ ରେ ଠିକ୍ ଭାବରେ ରେକର୍ଡ ମିଳୁନି। ଏଥିପାଇଁ ଦାୟି କିଏ ଗରିବ ପ୍ରଜା ନାଁ ରାଜସ୍ୱ ବିଭାଗ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ ପାଇଁ ଉଦ୍ୟମ କଲେ ସମସ୍ତ ଗରିବ ପରିବାର ବର୍ଗଙ୍କୁ ସେମାନଙ୍କ ର ଜମି ଚିହ୍ନଟ ରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି। ଆଗାମୀ ଦିନରେ ସରକାର ଏଥିପ୍ରତି କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା