Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

#ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ #

ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

ଢେଙ୍କାନାଳ : 10/4 – ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ବୈଠକରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷା ଭାବେ ମାନ୍ୟବର ବିଧାୟିକା ହିନ୍ଦୋଳ ଶ୍ରୀମତୀ ସୀମାରାଣୀ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ଅବସରରେ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଗକୁ ଜିଲ୍ଲାର ବିକାଶ ପାଈଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ମାନ୍ୟବର ବିଧାୟିକା ହିନ୍ଦୋଳଙ୍କୁ ପୁଷ୍ପଗୁଚ୍ଛ ଦେଇ ତାଙ୍କର ନୂତନ ଦାୟିତ୍ୱ ପାଈଁ ଶୁଭେଚ୍ଛା ଜଣାଇଥିଲେ l ଏହି ଅବସରରେ ଉପସ୍ଥିତ ଥିବା ମାନ୍ୟବର ବିଧାୟକ କାମାକ୍ଷାନଗର ଶ୍ରୀ ଶତୃଘନ ଜେନା କହିଥିଲେ ଯେ, ଶ୍ରୀମତୀ ସୀମାରାଣୀ ନାୟକ ଆମ ଜିଲ୍ଲାର ବିଧାୟିକା ତେଣୁ, ସେ ଜିଲ୍ଲା ବାବଦରେ ଅବଗତ ଅଛନ୍ତି l ତେଣୁ ତାଙ୍କ ଦାୟିତ୍ୱ ସେ ସୂଚାର ରୂପେ ତୁଲାଇବା ସହ ଜିଲ୍ଲାର ବିକାଶକୁ ଆଗେଇନେବେ l କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌରାଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ବିଜେପି ଜିଲ୍ଲା ସଭାପତି ଶ୍ରୀ ରାସବିହାରୀ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି, ବୁଦ୍ଧିଜୀବୀ, ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!